- ଭକ୍ତି ଏବଂ ରଙ୍ଗର ପର୍ବ ସମସ୍ତଙ୍କ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଏବଂ ସମୃଦ୍ଧି ଆଣୁ
- ଏହି ପର୍ବ ଆମର ସଂସ୍କୃତି ଓ ଐତିହ୍ୟ ସହିତ ସମ୍ପର୍କକୁ ଆହୁରି ସୁଦୃଢ଼ କରୁ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ‘ଦୋଳ ଯାତ୍ରା ’ ଏବଂ ‘ଦୋଳ ପୂର୍ଣ୍ଣିମା’ର ଶୁଭ ଅବସରରେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆସାମର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସରେ ଏକାଧିକ ପୋଷ୍ଟରେ ଶ୍ରୀ ଅମିତ ଶାହ କହିଛନ୍ତି, “ଦୋଳ ଯାତ୍ରା ଅବସରରେ ପଶ୍ଚିମବଙ୍ଗର ମୋର ଭଉଣୀ ଏବଂ ଭାଇମାନଙ୍କୁ ଶୁଭେଚ୍ଛା । ଏହି ପର୍ବର ଭବ୍ୟତା ଆମର ମୂଳ, ସଂସ୍କୃତି ଏବଂ ଐତିହ୍ୟ ସହିତ ଆମର ସମ୍ପର୍କକୁ ଆହୁରି ମଜବୁତ କରୁ ଏବଂ ସମସ୍ତଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଦେଉ ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, “ଦୋଳ ପୂର୍ଣ୍ଣିମା ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଭଗବାନ କୃଷ୍ଣଙ୍କ ସହିତ ଆନନ୍ଦର ମିଳନର ଏହି ପର୍ବ ସମସ୍ତଙ୍କ ପାଇଁ ଆନନ୍ଦ ଏବଂ ସୌଭାଗ୍ୟର ସମସ୍ତ ଆଶୀର୍ବାଦକୁ ନିମନ୍ତ୍ରଣ କରୁ ।
“ଦୋଳ ଯାତ୍ରାର ଶୁଭ ଅବସରରେ ଆସାମର ଆମର ଭଉଣୀ ଏବଂ ଭାଇମାନଙ୍କୁ ଶୁଭେଚ୍ଛା । ଭକ୍ତି ଏବଂ ରଙ୍ଗର ପର୍ବ ସମସ୍ତଙ୍କ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ସେ କହିଛନ୍ତି ।’’