
ବଲାଙ୍ଗିର, (କେପିଏନଏସ) : ସ୍ଥାନୀୟ ମହାଦେବ ମନ୍ଦିର ନିକଟସ୍ଥ ଟ୍ରାଫିକ ଛକ ନିକଟରେ ଏକ ଟ୍ରକ ବରଗଡ଼ ପଟୁ ଆସି ଡିଭାଇଡର ଉପରକୁ ଚଢ଼ି ଯାଇଥିବା ବେଳେ କାହାରି କିଛି କ୍ଷତି ହୋଇନଥିବା ଜଣାପଡିଛି । ଟ୍ରକ୍ ନଂଟି ଏଚ୍ଆର୍ ୦୩ଇ ୧୬୪୬ ହୋଇଥିବା ବେଳେ ଭାରସାମ୍ୟ ହରାଇ ଭୋର୍ ସକାଳୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।