ବଲାଙ୍ଗିର ସରକାରୀ ବସଷ୍ଟାଣ୍ଡ ପାଖରେ ଥିବା ଡିଭାଇଡରରେ ପିଟିହେଲା କୋଇଲା ବୋଝେଇ ଡମ୍ଫର : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବିଲମ୍ୱିତ ରାତିରେ ବଲାଙ୍ଗିର ସହର ଭିତରେ ଏକ ଡମ୍ଫର ଭାରସାମ୍ୟ ହରାଇ ସରକାରୀ ବସଷ୍ଟାଣ୍ଡ ପାଖରେ ଥିବା ଡିଭାଇଡରରେ ପିଟିହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ବୋଲି ଖବର ମିଳିଛି । ଡମ୍ଫର ଡ୍ରାଇଭର ନାମ ଏମ୍‌ଡି ସେନା, ବିହାର ବୋଲି ଜଣାପଡିଛି । ତେବେ ଗାଡିଟି ବେଲପାହାଡରୁ ଲାଞ୍ଜିଗଡକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.