କୁଚ୍‌ ବେହାର ଟ୍ରଫି ଅଣ୍ଡର-୧୯ କ୍ରିକେଟ ଓଡିଶା ବନାମ ଛତିଶଗଡ : ଦ୍ୱିତୀୟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା କୁଚ୍‌ ବେହାର ଟ୍ରଫିର ଦ୍ୱିତୀୟ ଦିବସରେ ଛତିଶଗଡ ଦଳ କାଲି ତାର ଅସମାପ୍ତି ପାଳି ୩୪୫/୪ରୁ ଆରମ୍ଭ କରି ସମୁଦାୟ ୫୫୭ ରନ୍‌ ସଂଗ୍ରହ କରି ଅଲ୍‌ ଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ବିକଳ୍ପ ତିୱାରି ୧୩୨ ରନ୍‌, ବିବେକ ୟାଦବ ୬୨ରନ୍‌, ପାର୍ଥ ୬୩ରନ୍‌ ସଂଗ୍ରହ କରିଥିଲେ । ଓଡିଶା ଦଳ ତରଫରୁ ସଫଳ ବୋଲର୍‌ ଭାବରେ ସୌଭାଗ୍ୟ ଓଝା ସର୍ବାଧିକ ୫ ଗୋଟି ୱିକେଟ ନେଇଥିବା ବେଳେ ସମ୍ବିତ ବେଜ ୨ ଗୋଟି ୱିକେଟ ନେଇଥିଲେ । ଏହାର ଜବାବରେ ଓଡିଶା ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟି ମାତ୍ର ୪୧/୯ ରନ୍‌ରେ ୯ ଗୋଟି ୱିକେଟ ହରାଇ ସାରିଛନ୍ତି । ଫଳରେ ଛତିଶଗଡ ଦଳ ମଜବୁତ ସ୍ଥିତିରେ ଅଛି । ଛତିଶଗଡ ତରଫରୁ ବରୁଣ ସିଂହ ସର୍ବାଧିକ ୪ ଗୋଟି ୱିକେଟ, ଅଭ୍ୟୁଦୟ ସିଂହ, ଭଗତ ଗଡୱାଲ ଓ ସୂର୍ଯ୍ୟାକାନ୍ତ ତିୱାରି ପ୍ରତ୍ୟେକେ ୨ଗୋଟି ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.