ଦିଗପହଣ୍ଡିରେ ପ୍ରବଳ ବର୍ଷାରେ ସହର ଓ ଗ୍ରାମାଞ୍ଚଳ ବେହାଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଧାନସଭାର ବାଚସ୍ପତିଙ୍କ ନିର୍ବାଚନମଣ୍ଡଳୀ (ସୂର୍ଯ୍ୟନାରାୟଣ ପାତ୍ର)ଙ୍କ ଅଞ୍ଚଳ ଦିଗପହଣ୍ଡି ସହରରେ ଗୁରୁବାର ଦିନ ପ୍ରତ୍ୟୁଷରୁ ମଧ୍ୟାହ୍ନ ୧୨ଘଣ୍ଟା ଯାଏଁ ପ୍ରବଳବର୍ଷା ହୋଇ ଦିଗପହଣ୍ଡି ସହର ବେହାଲ ହୋଇଯାଇଛି । ବାତ୍ୟା ଜୱାଦରେ ବ୍ୟାପକ ଫସଲ ଉଜୁଡି ଯାଇଥିଲା ଏବଂ ଧନଜୀବନରେ ପ୍ରଭୂତ କ୍ଷତି ଘଟିଥିବା ବେଳେ ଏହି ଅଞ୍ଚଳରେ ଗୁରୁବାର ପ୍ରାତଃ ପ୍ରାୟ ୪ଘଣ୍ଟାରୁ ମାଆମାନଙ୍କ ମାଣବସା ଗୁରୁବାର ପୂଜାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିବା ସାଂଗକୁ ଦିଗପହଣ୍ଡି ସହରର ମୁଖ୍ୟବଜାର, ବସଷ୍ଟାଣ୍ଡ, ସହରର ସମସ୍ତ ଗଳିକନ୍ଦି ବେହାଲ ହୋଇଯାଇଥିଲା । ସହରରେ ସାଧାରଣଜୀବନଯାତ୍ରାରେ ବ୍ୟଘାତ ସୃଷ୍ଟି ହୋଇଥିଲା । ଦିଗପହଣ୍ଡି ଅଞ୍ଚଳର ସମସ୍ତ ଅଞ୍ଚଳରେ ଏହି ପୁନଃ ଭାରିବର୍ଷା ଚାଷୀକୂଳକୁ ଅନେକ କ୍ଷତି ଆଣିଦେଇଛି । ଏନେଇ ଜନସାଧାରଣଙ୍କ କୌଳିକବୃତ୍ତି, ଚାଷକାର୍ଯ୍ୟ, ବ୍ୟବସାୟ, ବାଣିଜ୍ୟରେ ବିଶେଷ ପ୍ରଭାବିତ ହୋଇଥିବା ଜଣାଯାଇଛି । ପ୍ରକୃତିର ଏହି ଲୀଳା ଜନତାଙ୍କୁ କଟା ଘାରେ ଚୂନ ସଦୃଶ ହୋଇଛି ବୋଲି କୁହାଯାଏ । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଛତ୍ରପୁର, ଆସ୍କା ପ୍ରଭୁତି ସହରରେ ସେହି ପ୍ରାତଃକାଳୀନ ସମୟରୁ ଦିବା ୧୦ଘଣ୍ଟା ମଧ୍ୟରେ ଝିପି ଝିପି ବର୍ଷା ଲାଗିଥିଲା ବେଳେ ଦିଗପହଣ୍ଡି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା ଏହା ଏକ ଅଦ୍ଭୁତ ବିଷୟ ହୋଇଛି ।

Leave A Reply

Your email address will not be published.