ମାୟାବର୍ହା ହାଇସ୍କୁଲରେ ଶିଶୁ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଗୁରୁ ତଥା ସଙ୍ଗୀତକାର ଭରତ ନାଗ ଶିଶୁ ଦିବସର ମର୍ଯ୍ୟାଦା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ସଭାକୁ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ନନ୍ଦିଘୋଷ ବାରିକ, ସମ୍ପଦ ଖମାରୀ, କିରଣ ପୁଟେଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଛାତ୍ରୀ ପୂଜାରାଣୀ ଦୀପ, ଆଭା ସାହୁ, ପ୍ରୀତି ପଧାନ, ଶ୍ରୀମୟୀ ସେଠ୍ ଓ ଛାତ୍ର ଆକାଶ ସାହୁ, ଶ୍ରୀତମ ବାଗ ଶିଶୁ ଦିବସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ନବମ ଶ୍ରେଣୀର ଛାତ୍ରୀ ପାୟଲ ବିଶ୍ୱକର୍ମା ଓ ଆୟୁସୀ ନାଏକ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ନବମ ଶ୍ରେଣୀର ଛାତ୍ରୀ ଶ୍ରୀମୟୀ ସେଠ୍ ଓ ଦିପ୍ତୀଶିଖା ବାଗ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରିଥିବା । ସଂସ୍କୃତ ଶିକ୍ଷକ ରାଜୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଭୀଷଣ ଖମାରୀ, ମୀନକେତନ ଦାସ, ସୁରଜ ଖମାରୀ, ସମୀର କଠାର, ସୂର୍ଯ୍ୟକାନ୍ତି କାଣ୍ଡ, ସୌଭାଗିନୀ ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.