ବିଶ୍ୱ ଆଦିବାସୀ ଦିବସ ପାଳିତ

  • ଆଦିବାସୀ ଭାଷା ସଂସ୍କୃତି ସୁରକ୍ଷିତ ରହୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ବିଶ୍ୱ ଆଦିବାସୀ ଦିବସ ପୌରାଂଚଳ ଆଦିବାସୀ ସମାଜ, ଅଖିଳ ଭାରାତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା, ଆଦିବାସୀ କଲ୍ୟାଣ ସଂଘ, ଆଦିବାସୀ କର୍ମଚାରୀ ସଂଘ ମିଳିତ ଆନୁକୂଲ୍ୟରେ ବିଶ୍ୱ ଆଦିବାସୀ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରକୃତି ଶକ୍ତି ପୂର୍ବ ପୁରୁଷଙ୍କୁ ପୂଜା ସେବା ପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଦହିତ ଭୋଇଙ୍କ ସଭାପତିତ୍ୱରେ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସମନ୍ୱୟ ପରିଷଦର ଜିଲ୍ଲା ସଭାପତି ମୀନକେତନ ମାଝୀ, ମୁଖ୍ୟ ବକ୍ତା ମଦନ ସିଂ ମାଝୀ, ସମ୍ମାନିତ ବକ୍ତା ଗଣେଶ ମାଝୀ, ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି କୋଷାଧିକାରୀ ପ୍ରଦୀପ କୁମାର ମଲ୍ଲିକ, ଦିଲ୍ଲୀପ କୁମାର ଭୋଇ, ଯୋଗେଶ୍ୱର ଭୋଇ, ରୁଦ୍ରମଣି ମାଝୀ, ଶ୍ରୀକର ଧରୁଆ, ଲାଲମଣୀ ଧରୁଆ, ଧନଞ୍ଜୟ କୁମାର ରାଏ, ପୁଷ୍ପକେତନ ଭୁଏ, ସୁଭାଂଶୁ ବାଗ ସଂଗଠିତ ରହି ଆଦିବାସୀ ସଂସ୍କୃତି, ପରମ୍ପରା, ଇତିହାସ, ଭାଷାକୁ ଜାଣିବା ଓ ବଞ୍‌ଞ୍ଚାଇ ରଖିବା ପାଇଁ ମତବ୍ୟକ୍ତ କରିଥିଲେ । ବିଶ୍ୱ ଆଦିବାସୀ ଦିବସକୁ ସରକାର ଛୁଟି ଦିବସ ଘୋଷଣା କରିବା ପାଇଁ ଉପସ୍ଥିତ ସମସ୍ତେ ଦାବି କରିଥିଲେ । ସଂଯୁକ୍ତ ରାଷ୍ଟ୍ର ସଂଘ ୨୦୨୫ ବର୍ଷର ବାରତା “ଆଦିବାସୀ ଏବଂ କୃତ୍ରିମ ବୁଦ୍ଧି- ଅଧିକାର ରକ୍ଷା କରିବା, ଭବିଷ୍ୟତ ଗଠନ କରିବା” ରଖିଛନ୍ତି । ଏହି ବାର୍ତ୍ତାର ମହତ୍ୱ ଓ ଗୁରୁତ୍ୱକୁ ଅବଗତ କରାଯାଇ ଏହାର ବିଭିନ୍ନ ଦିଗକୁ ଅଲୋଚନା କରାଯାଇଥିଲା । ସଂଯୁକ୍ତ ରାଷ୍ଟ୍ର ସଂଘ ୨୦୨୨ରୁ ୨୦୩୨କୁ ଅର୍ନ୍ତଜାତୀୟ ଆଦିବାସୀ ଭାଷା ଦଶନ୍ଧି ଭାବରେ ଘୋଷଣା କରିଥିବାରୁ ଭାଷାର ସୁରକ୍ଷା ପାଇଁ ମତ ପ୍ରକାଶ ପାଇଥିଲା । ଶେଷରେ ନୃପ ଭୋଇ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.