ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର କଲ୍ୟାଣ ମଣ୍ଡପ ଠାରେ ବାସନ୍ତିକ ଚୈତ୍ର ପୂଜା ପାଳିତ ହୋଇଯାଇଛି । ପୂକକ ଗଣେଶ କୁମାର ଭୋଇ, ସ୍ୱାଧୀନ ପ୍ରଧାନ, ଶ୍ରୀ ଶ୍ରୀ ବାବା ରଣେଶ୍ୱର ଓ ମା’ ରାମଚଣ୍ଡୀଙ୍କ ପୂଜାକାର୍ଯ୍ୟ ତୁଳାଇ ଥିଲେ । ପୂଜାର୍ଚ୍ଚନା ପରେ କିଛି ସମୟ ପାଇଁ ବ୍ଲକ ସଭାପତି ବାସୁଦେବ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ପଦ୍ମପୁର କାର୍ଯ୍ୟକାରିଣୀ ସଭାପତି ଯୋଗେନ୍ଦ୍ର ଭୋଇ ସମାଜର ପୁଅଝିଅମାନେ କିପରି ଶିକ୍ଷିତ ହୋଇ ପାରିବେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସଭା ପରିଚାଳନା କରିଥିଲେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସମାଜର ବ୍ଲକ ସଂପାଦକ ଶ୍ୟାମ ସୁନ୍ଦର ବେହେରା, ଉପସ୍ଥିତ ବ୍ଲକ ଉପସଭାପତି ତୁଳାରାମ ଭୋଇ, ବୁରୋମୁଣ୍ଡା ସଭାପତି ଗୋବର୍ଦ୍ଧନ ଗଡ଼ତିଆ, ବୁକୁରାମୁଣ୍ଡା ଉପ ସଭାପତି ଗଗନ ବାରିକ, ପାଇକମାଲ ସଂପାଦକ ମକରଧଜ ବିଶ୍ୱାଳ, ଗୌଡ଼ମାଲ କେନ୍ଦ୍ରର ସଂପାଦକ ଆନ୍ଦଦ ନାୟକ, ଭଣ୍ଡାରପୁରୀ ସଭାପତି ହାରାଧନ ପ୍ରଧାନ, ଉପେନ୍ଦ୍ର ବାରିକ, ଭଣ୍ଡାରପୁରି ଉପସଭାପତି ପଦ୍ମନ ସାହୁ, ଛୋଟଅନକି ଗ୍ରାମ ପଂଚାୟତ ସମିତି ସଭ୍ୟ ସତ୍ୟମ ପ୍ରଧାନ, ପୂର୍ବତନ ଝାରବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜୟ କେତନ ପ୍ରଧାନ, ଉଦ୍ଧବ ପ୍ରଧାନ,ସୌକି ନାୟକ, ବୈକୁଣ୍ଠ. ବେହେରା, ବିନୋଦ ସାହୁ, ଶୁଶିଲ ପ୍ରଧାନ, କେଶରଞ୍ଜନ ପ୍ରଧାନ, ବିନୋବା ପ୍ରଧାନ କୁମାର ଗୌରବ ବେହେରା, ଉମାକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । କୁଲତା ସମାଜର ଉଚ୍ଚ ପଦରେ ଥିବା ପଦାଧିକାରୀଙ୍କୁ ଫୁଲମାଳ ଉପଡୌକନ ଦେଇ ସମ୍ମାନିତ କରାଯାଇଥିଲା । ସଭା ପରିଚାଳନା କରିଥିଲେ ବ୍ଲକ ସଂପାଦକ ଶ୍ୟାମ ସୁନ୍ଦର ବେହେରା । ଶେଷରେ କୋତନା କେନ୍ଦ୍ରର ଉପ ସଭାପତି ମକ୍ଷନଭଞ୍ଜନ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଂଗ କରିଥିଲେ । ସମସ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇ ଥିଲା କୁଲତା ସମାଜର ବହୁ ସଂଖ୍ୟକ ପୁରୁଷ ମହିଳା ଯୋଗଦେଇ ବାସନ୍ତିକ ଚୈତ୍ର ପୂଜା ଓ କୁଲତା ଦିବସକୁ ସାଫଲ୍ୟ ମଣ୍ଡିତ କରିଥିଲେ ।