ସମ୍ବିଧାନ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଆଇନ ସେବା ପ୍ରାଧିକରଣର ନିର୍ଦ୍ଦେଶ କ୍ରମେ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ତା.୨୬.୧୧.୨୦୨୫ ରିଖ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ, ବଲାଙ୍ଗିର ଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଶିବିରରେ ଜଜ୍ ଫ୍ୟାମିଲି କୋଟ ବିକ୍ରମ କେଶରୀ ପଟ୍ଟନାୟକ ଯୋଗ ଦେଇ ସମ୍ବିଧାନ ଦିବସର ମହତ୍ୱ ଓ ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ । ଏଥିରେ ବରିଷ୍ଠ ଆଇନଜୀବୀ ଜୟକୃଷ୍ଣ ସାହୁ ଯୋଗଦେଇ ସମ୍ବିଧାନର ପ୍ରଣୟନ କମିଟି ଉପରେ ଆଲୋକପାତ କରିଥିଲେ । ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପବିତ୍ରାନନ୍ଦ ପ୍ରଧାନ ସମ୍ବିଧାନର ଦାୟିତ୍ୱବୋଧତା ଓ ନୀତି ପାଳନ କରିବା ସହିତ ଏହି ଦିବସର ଇତିହାସ ଓ ସୁସ୍ଥ ସମାଜ ଗଠନରେ ଏହାର ଭୂମିକା ଉପରେ ଅବଗତ କରାଇଥିଲେ । ଏହି ସଭାରେ ପ୍ରୋବେସନର ମାଜିଷ୍ଟ୍ରେଟ ରାଜଶ୍ରୀ ପ୍ରିୟଦର୍ଶିନୀ ସମ୍ବିଧାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଜୀବ ପ୍ରଧାନ ପରିଚାଳନା କରୁଥିଲେ ଓ ଅଧ୍ୟାପକ ଚଣ୍ଡିପ୍ରସାଦ ଖମାରୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତ‌ଥା କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.