- “ପ୍ରାଚୀର ପତ୍ରିକା ଉଡାନ ଉନ୍ମୋଚିତ”
ବଲାଙ୍ଗିର, (କେପିଏନ୍ଏସ୍) :ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୭୮ତମ ଏନସିସି ଦିବସ ପାଳିତ ହୋଇଯାଇଛି । ପ୍ରାତଃ ୮ଘଣ୍ଟା ସମୟରେ ଏନସିସି କ୍ୟାଡେଟ ମାନେ ସୁସଂଗଠିତ ପେରେଡ, ଡ୍ରିଲ ଓ କମାଣ୍ଡ ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନୂତନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସରକାରୀ ବଲାଙ୍ଗିର ମହାବିଦ୍ୟାଳୟର ଅଧ୍ୟକ୍ଷ କୌତୁକ ପନ୍ଦର ଯୋଗଦେଇ ଦୀପ ପ୍ରଜ୍ୱଳନ କରି ନିଜ ବକ୍ତବ୍ୟରେ ଏନସିସି ରାଷ୍ଟ୍ରପ୍ରେମ, ଶିଷ୍ଟାଚାର, ସମୟ ନିଷ୍ଠା ଓ ନେତୃତ୍ୱ ଗଢି ତୋଳିବାରେ ଏକ ଅତ୍ୟନ୍ତ ଦୃଢ଼ ମଞ୍ଚ ବୋଲି କହିଥିଲେ । ବିଦ୍ୟାଳୟର ଏସୋସିଏଟ ଏନସିସି ଅଫିସର ସୋମ୍ୟାଶ୍ରୀ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନୂତନ ନାୟକ ନିଜ ବକ୍ତବ୍ୟରେ ଏନସିସିର ଶିଷ୍ଟାଚାର, ଦେଶଭକ୍ତି, ନେତୃତ୍ୱ ଓ ସମାଜସେବାର ମୂଲ୍ୟବୋଧ ବିଷୟରେ ଉପସ୍ଥିତ କ୍ୟାଡେଟ ମାନଙ୍କୁ ପ୍ରେରଣା ଦାୟକ ଉଦବୋଧନ ଦେଇଥିଲେ । ଏସୋସିଏଟ ଏନସିସି ଅଫିସର ସୋମ୍ୟାଶ୍ରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ୟାଡେଟ ମାନେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛତା ଅଭିଯାନ, ବୃକ୍ଷ ରୋପଣ, ସଡକ ସୁରକ୍ଷା, ରକ୍ତଦାନ ସଚେତନତା ଭଳି ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସଂକଳ୍ପ ନେଲେ । ଏହି ଅବସରରେ ଆୟୋଜିତ କ୍ୱିଜ଼ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ମାନସୀ ରାଣୀ ଦାଶ, ଦ୍ଵିତୀୟ ହର୍ଷିତା ଜାଡେଜା, ଯୁଗ୍ମ ଭାବେ ତୃତୀୟ ସ୍ଥାନ ତପସ୍ୱିନୀ ନାଏକ ଓ ଅଭିପ୍ସା ପତି ଅଧିକାର କରିଥିଲେ । ସେହିପରି ଚିତ୍ରାଙ୍କନରେ ପ୍ରଥମ ପ୍ରିୟା ପୃଷ୍ଟି, ଦ୍ଵିତୀୟ ଶ୍ରୀୟା ଦର୍ଜୀ ଓ ତୃତୀୟ ଇଶା ବହିଦାର, ପ୍ରବନ୍ଧରେ ପ୍ରଥମ ମାନସୀ ରାଣୀ ଦାଶ, ଦ୍ଵିତୀୟ ତପସ୍ୱିନୀ ନାଏକ ଏବଂ ତୃତୀୟ ପ୍ରିୟା ପୃଷ୍ଟି, ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ଦମୟନ୍ତୀ ଖୁଆସ, ଦ୍ଵିତୀୟ ତପସ୍ୱିନୀ ନାଏକ ଓ ତୃତୀୟ ସ୍ଥାନ ସଂସ୍କୃତି ସାହୁ ଅଧିକାର କରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ଏନସିସି କ୍ୟାଡେଟ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀକୁ ପରିପ୍ରକାଶ କରିବା ପାଇଁ ପ୍ରାଚୀର ପତ୍ରିକା “ଉଡାନ” ଉନ୍ମୋଚନ ହୋଇଥିଲା । ସ୍ୱାଗତ ଭାଷଣ ପ୍ରଜ୍ଞା ପରିମିତା ବଘାର ଦେଇଥିବା ବେଳେ ଧନ୍ୟବାଦ ଦେଇଥିଲେ ଶିକ୍ଷୟିତ୍ରୀ ସବିତା ମିଶ୍ର । ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା, ପ୍ରିୟମ୍ବଦା ଦେବ, ସଂଗୀତା ସାହୁ, ସ୍ୱରୂପା ହୋତା, ସ୍ୱରଞ୍ଜିକା ରାଉତ, ଶିକ୍ଷକ ହରି ଖେତୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅର୍ଜୁନ ଦାଶ, କର୍ମଚାରୀ କୁନି ନନ୍ଦ ସହଯୋଗ କରିଥିଲେ । ପରେ ପରେ ଏନ୍ସିସି ଛାତ୍ରୀ ଆକାଂକ୍ଷା ଷଡ଼ଙ୍ଗୀ, ହିନା ପ୍ରିୟଦର୍ଶିନୀ ବର୍ଗେ, ଶ୍ରୀୟା ଦର୍ଜୀ, ଅନୁ ମଲ୍ଲିକ, ପ୍ରତିଶ୍ରୁତି ସାଗର, ମାନସୀ ରାଣୀ ଦାଶ, ପ୍ରୀତିମୟୀ ଦାଶ, ପ୍ରିୟାଂଶି ପ୍ରିୟଦର୍ଶିନୀ ଦାଶ, ସ୍ୱସ୍ତିକା କୁମାର ଓ ଶିଖା ମିଶ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।