ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମବାର୍ଷିକୀକୁ ସମ୍ମାନ ଜଣାଇ ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ସାରା ଭାରତରେ ଶିଶୁ ଦିବସ ପାଳନ କରାଯାଏ । ସେ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ ଏବଂ ସେମାନେ ଦେଶର ଭବିଷ୍ୟତ ବୋଲି ବିଶ୍ୱାସ କରୁଥିଲେ । ତାଙ୍କର ଯତ୍ନବାନ ଏବଂ ସ୍ନେହପୂର୍ଣ୍ଣ ସ୍ୱଭାବ ଯୋଗୁଁ ପିଲାମାନେ ତାଙ୍କୁ ସ୍ନେହରେ “ଚାଚା ନେହେରୁ” ବୋଲି ଡାକୁଥିଲେ । ପଦ୍ମପୁର ସହରର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଜେନିଥ ଲିଓରେ ଶିଶୁ ଦିବସ ପାଳନ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପରିଚାଳନା କମିଟିର ସମ୍ପାଦକ ପବନ କୁମାର ଅଗ୍ରୱାଲ ଯୋଗଦେଇ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଛୋଟ ଛୋଟ ଛାତ୍ରଛାତ୍ରୀମାନଙ୍କୁ ଚାଚା ନେହେରୁଙ୍କ ବିଷୟରେ ଉଦବୋଧନ ଦେବା ସହ ଚାଚା ନେହେରୁଙ୍କ ପରି ଭଲ ମଣିଷ ହେବା ପାଇଁ ଛାତ୍ରଛାତ୍ରୀଙ୍କ ଉଦବୋଧନ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମେତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Prev Post