ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

  • ଜିଲ୍ଲାର ବିଶିଷ୍ଟ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବାପାଇଁ ନିଷ୍ପତି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଆଗାମୀ ୧୬ ତାରିଖ ରବିବାର ଜାତୀୟ ପ୍ରେସ ଦିବସ ପାଳନ ଉପଲକ୍ଷେ ଅସ୍ଥାୟୀ କାର୍ଯ୍ୟାଳୟରେ ଆସୋସିଏସନ୍ ସଭାପତି ଦୁର୍ଗାନନ୍ଦ ମହାକୁରଙ୍କ ସଭାପତିତ୍ୱରେ ଶୁକ୍ରବାର ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ରୂପେ ଡ଼ିଏଭି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ଶିବପ୍ରସାଦ ବେହେରା, ଅନ୍ୟ ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ପାଣିଗ୍ରାହୀ, ବ୍ଲକର ସମସ୍ତ ପ୍ରଶାସନିକ ବିଭାଗ ମୁଖ୍ୟ, ସରପଞ୍ଚ ସଂଘ, ସମିତି ସଭ୍ୟ, ଆସୋସିଏସନ୍ ଉପଦେଷ୍ଟା ଡ. ଭଗବାନ ମହାନ୍ତି, ବନବିହାରୀ ଯୋଶୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିଜ ସହମତି ପ୍ରକାଶ କରିଛନ୍ତି । ଏହି ବୈଠକରେ ଜିଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ, କ୍ରୀଡା, କଳା, ସଂସ୍କୃତି, ସାହିତ୍ୟ, ସାମ୍ବାଦିକତା, କୃଷି ଭଳି ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ପାରଦର୍ଶିତା ହାସଲ କରିଥିବା ପ୍ରତିଭାମାନଙ୍କୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯିବ । ସ୍ଥାନୀୟ ରାଧାକୃଷ୍ଣ ଓ ଶିବମନ୍ଦିର ସମ୍ମୁଖ ପଡିଆରେ ଅନୁଷ୍ଠିତ ହେବାକୁଥିବା ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବ୍ଲକର ସମସ୍ତ ବିଭାଗ, ସମସ୍ତ ପ୍ରକାରର ସାମାଜିକ ଅନୁଷ୍ଠାନ, ବ୍ଲକର ସମସ୍ତ ପ୍ରିଣ୍ଟ, ଇଲେ୍ଟ୍ରୋନିକ୍ସ ଓ ୱେବ୍ ଚ୍ୟାନେଲରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ମଧ୍ୟ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏନର ସାଧାରଣ ସମ୍ପାଦକ ଜୟନ୍ତ କୁମାର ସାହୁ, କୋଷାଧକ୍ଷ ନବୀନ କୁମାର ତାଣ୍ଡି, କାର୍ଯ୍ୟକାରୀ ସଭାପତି ଖଗେଶ୍ୱର ସାହୁ, ଉପସଭାପତି ପ୍ରେମାନନ୍ଦ ତାଣ୍ଡି, ଗିରିଧାରୀ ସାହୁ, ସହସମ୍ପାଦକ ମୋତିଲାଲ ତାଣ୍ଡି, ସୁବାସ ମାଝୀ, ପାର୍ଥବ ଲୁହା, ହୃଦାନନ୍ଦ ବାଗ, ମଦନ ମୋହନ ସାହୁ, ଚୁଡ଼ାମଣି ମହାକୁର, ସୁଧୀର ତାଣ୍ଡି, ସୁମନ୍ତ ମହାଲିଙ୍ଗ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.