ମହାବୀର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାବୀର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁଇଁତଲା ଠାରେ ଆଜି ବହୁ ଆଡମ୍ବରରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁଙ୍କ ଜନ୍ମ ଦିବସ ଅବସରରେ ଅଧକ୍ଷ ବିଜୟ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପାଳନ ହୋଇଯାଇଛି । ଏହି ଦିନ ଜବାହାରାଲାଲ ନେହେରୁଙ୍କ ପ୍ରତିଛବିରେ ପୂଜା କରିବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା କେକ୍ କାଟିବା ସହ ସେମାନଙ୍କ ମନୋରଞ୍ଜନ ପାଇଁ ବକ୍ତୃତା, ମିୟୁଜିକ ଚେୟାର, ନାଚ, ସଙ୍ଗୀତ, ମାଠିଆ ଫଟା ଏ ଭଳି ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଇଥିଲା । ଏଥିରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.