ପଦ୍ମପୁରରେ ଜାତୀୟ ଶିକ୍ଷା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ କଲେଜରେ ଜାତୀୟ ଶିକ୍ଷା ଦିବସ ୨୦୨୫ କଲେଜର ସମ୍ମେଳନ ପ୍ରକୋଷ୍ଠରେ ଉତ୍ସାହମୟ ପରିବେଶରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସଭାପତିତ୍ୱ କରୁଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଖଗେଶ୍ୱର ଦାଶ ଶିକ୍ଷାର ଗୁରୁତ୍ୱ ଓ ଜାତୀୟ ଶିକ୍ଷା ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ର ଗଠନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଉତ୍ସାହ ଦେଇଥିଲେ । ଅଶୋକ ପୁଜାରୀ, ପୂର୍ବତନ ଅଧ୍ୟକ୍ଷ, ସରକାରୀ ମହାବିଦ୍ୟାଳୟ ଭବାନୀପାଟଣା, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କର୍ମବଦ୍ଧତା ଓ କଠିନ ପରିଶ୍ରମ ଦ୍ୱାରା ସଫଳତା ଲାଭ କରିବାକୁ ପ୍ରେରିତ କରିଥଲେ । ଚିତ୍ତରଞ୍ଜନ ଦାଶ, ପୂର୍ବତନ ଅଧ୍ୟକ୍ଷ, ଦେବଗଡ଼ କଲେଜ, ମୁଖ୍ୟବକ୍ତା ଭାବେ ଏନ୍‌ଇପି-୨୦୨୦ ଓ ଶିକ୍ଷାରେ କୃତ୍ରିମ ବୁଦ୍ଧିମତ୍ତାର ଭୂମିକା ବିଷୟରେ ଆଲୋଚନା କରି ନୂତନ କୌଶଳ ଶିଖିବାକୁ ଓ ନିଜ ଅନ୍ତର୍ନିହିତ ଗୁଣାବଳୀ ଗୁଡ଼ିକୁ ଚିହ୍ନିବା ପାଇଁ ପରାମର୍ଶ ଦେଲେ । ଡ଼ଃ. ତୁଷାରକାନ୍ତ ସାହୁ, ଶିକ୍ଷା ବିଭାଗ ମୁଖ୍ୟ, ଅତିଥିମାନଙ୍କୁ ପରିଚୟ କରାଇ ଶିକ୍ଷା ଦ୍ୱାରା ଛାତ୍ରଛାତ୍ରୀଙ୍କ ସମଗ୍ର ବିକାଶ ବିଷୟରେ କହିଥିଲେ । ଡ଼ଃ. ଭେଙ୍କଟେଶ୍ୱର ମେହେର ବିକଶିତ ଭାରତ @୨୦୪୭ ଓ ବିକଶିତ ଓଡିଶା @୨୦୩୬ ସନ୍ଦର୍ଭରେ ଶିକ୍ଷାର ଭୂମିକା ଉପରେ ଆଲୋକପାତ କରିଥିଲେ । ଡ଼ଃ. ସସ୍ମିତା ମେହେର ଯୁବମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଶିକ୍ଷାର ଗୁରୁତ୍ୱ ଉଲ୍ଲେଖ କରିଥିଲେ । ଶ୍ରୀକାନ୍ତ ସାହୁ ମୌଲାନା ଅବୁଲ କଲାମ ଆଜାଦଙ୍କ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟାବଳୀ ଓ ଅବଦାନ ବିଷୟରେ ସଂକ୍ଷିପ୍ତରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ସଂଚାଳନ ମଞ୍ଜୁ ବାଲମ କରିଥିଲେ । ଦୀପିକା ଓ ତାଙ୍କ ଦଳ ସ୍ୱାଗତ ସଙ୍ଗୀତ ପ୍ରଦର୍ଶନ କରିଥିଲେ । ଶେଷରେ ଡ଼ଃ. ଭେଙ୍କଟେଶ୍ୱର ମେହେର ବିଭାଗ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମକର୍ମକୁ ଶିକ୍ଷା ବିଭାଗର ଶୁଭମ୍, ରଞ୍ଜନ, ପ୍ରମୋଦ, ରୋସନ, ଦୃଶ୍ଚନ, ଭେଶମନି, ରାକେଶ, ସାଲିନି, ସ୍ନେହାଶ୍ରୀ, ସସ୍ମିତା, ବର୍ଷା ଏବଂ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.