ସୁକତେଲ ମହୋତ୍ସବର ଦ୍ଵିତୀୟ ଦିବସ

  • “ଦର୍ଶକଙ୍କୁ ଆକର୍ଷିତ କରୁଛି କଂସ ଦରବାର”

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ଲକ ଅନ୍ତର୍ଗତ ବାନ୍ଧନ ଘୋର ଗ୍ରାମରେ ଚାଲିଥିବା ତୃତୀୟ ସୁକତେଲ ମହୋତ୍ସବର ଦ୍ଵିତୀୟ ଦିବସ । ଏହିସଭାରେ ସଭାପତିତ୍ୱ ରାମଚନ୍ଦ୍ର ପ୍ରଧାନ, ଅତିଥି ଭାବରେ ଯୋଗ ଦେଇଥିଲେ ଗୁଡ଼ାଭେଲା ବିଡ଼ିଓ ଗୁରେଶ୍ୱର ଭୋଇ, ଦେଓଗାଁ ବିଡ଼ିଓ ପ୍ରିୟ ରଞ୍ଜନ କୁମାର, ସଇଁତଳା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା, ପୂର୍ବତନ ବିଡ଼ିଓ କେସିଙ୍ଗା ପଦ୍ମନାଭ ପୁରୋହିତ । ବିଶ୍ୱଜିତ କୁମାର ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମ ଅଧିବେଶନରେ ସମ୍ବଲପୁର, ବଲାଙ୍ଗିର ଜିଲ୍ଲାର ଦଣ୍ଡ କଳାକାର ମାନେ, ତା’ପରେ କଂସ ଦରବାର ଅନୁଷ୍ଠିତ ହୋଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁକତେଲ ମହୋତ୍ସବ କମିଟିର ସଦସ୍ୟ ସୁରେଶ କୁମାର ମେହେର । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଚିଙ୍କୁ ପ୍ରଧାନ, ପ୍ରସନ୍ନ ଗହୀର, ସତ୍ୟ ଗହୀର, ଦେବାଶିଷ ପାଣ୍ଡିଆ ଓ ସୁରେଶ ବୁଡେକ । ଆଖପାଖ ଅଞ୍ଚଳର ଶହ ଶହ ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.