ଜେ ଏସ୍ ଏମ୍ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜେ ଏସ୍ ଏମ୍ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗରେ ପୃଥକ ପୃଥକ ପୋଷ୍ଟର ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଏକ ପ୍ରଦର୍ଶନୀ ହୋଇଥିଲା । ଏହା ବ୍ୟତୀତ ବିଭିନ୍ନ ପ୍ରକଳ୍ପ ଗୁଡିକ ବେଶ ଆକର୍ଷଣୀୟ ହୋଇଥିଲା । ଉକ୍ତ ଦିବସକୁ ନେଇ ଏକ ଆଲୋଚନା ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମୁଖ୍ୟ ଅତିଥି ରୂପେ ଡ. ସବ୍ୟସାଚି ସ୍ୱାଇଁ (ଅସ୍ଥି ଶଲ୍ୟ ବିଶେଷଜ୍ଞ) ଯୋଗଦେଇ, ବର୍ତ୍ତମାନ ଦେଶରେ ବିଜ୍ଞାନ ଓ କାରିଗରି କୌଶଳର ପ୍ରଯୋଗରେ ଏକ ଆନ୍ଦୋଳନାତ୍ମକ ରୂପ ନେଇଛି । ଯେଉଁଥିରେ ପାଠପଢାରେ କମ୍‌ ନମ୍ୱର ରଖିଥିଲେ ମଧ୍ୟ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ମୁଖ୍ୟ ଉପଦେଷ୍ଟା ମନୋରଞ୍ଜନ ସାହୁ ବିଜ୍ଞାନ ଓ ବିଜ୍ଞାନ ଦିବସ ଉପରେ ଧାରଣା ଦେଇ ବିଜ୍ଞାନର ସାମ୍ପ୍ରତିକ ପରିସ୍ଥିତି ଉପରେ ବୁଝାଇଥିଲେ । ଅଧ୍ୟକ୍ଷ୍ୟା ଡ. ମନସ୍ମିତା ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପାଧ୍ୟକ୍ଷା ଏ ବି ରାମ ଲିପ୍ସା ସଭାକୁ ସଯୋଂଜନା କରିଥିଲେ । ବିଶେଷ ଅତିଥି ରୂପେ ପୂର୍ଣ୍ଣଚନ୍ଦ୍ର ମେହେର ଓ ରବିନ୍ଦ୍ର ବାରିକ ଯୋଗ ଅନୁଷ୍ଠିତ ପ୍ରତିଯୋଗିତାର ଫଳାଫଳ ଘୋଷଣା କରିଥିଲେ । ଅୟୋଜନରେ ପ୍ରଶାସନିକ ଅଧିକାରୀ ଶୈଲେସ କୁମାର ପାଲ, ଅଧ୍ୟାପକ ହିତବନ୍ଧୁ ବଢେଇ, ସୌମ୍ୟରଞ୍ଜନ ଭୋଇ, ଡୋଳାମଣି ବାଙ୍କ ଓ ତନୁଜା ମିଶ୍ର ସହିତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତାରେ : ଖୁସିମୟୀ ପ୍ରଥମ, ପ୍ରାଚି ପୂର୍ଣ୍ଣିତା ଦଳ ଦ୍ୱିତୀୟ ଓ ରୋଶନ ସୋନା ସହ ଅଂଶୁମାନ ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବାଣିଜ୍ୟ ଓ କଳା ପୋଷ୍ଟର ଦଳଗତ ପ୍ରତିଯୋଗିତାରେ : ଶ୍ରଦ୍ଧା ଅଗ୍ରଓ୍ୱାଲ, ସାଗର ନନ୍ଦ, ଅନିରୁଦ୍ଧ ଅଗ୍ରଓ୍ୱାଲ, ସୌମ୍ୟା ସ୍ନିଗ୍ଧା ନାୟକ, ରୋଜାଲି ବେହେରା ଓ ଶିବାନୀ ବହିଦାର ପୁରସ୍କୃତ ହୋଇଥିଲେ ।

Leave A Reply

Your email address will not be published.