ବଲାଙ୍ଗିର, (କେପିଏନ୍ଏସ୍) : ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଦପଡ଼ାର ରମଣ ଭିପନେଟ ସାଇନ୍ସ କ୍ଲବ ତରଫରୁ “ଜାତୀୟ ବିଜ୍ଞାନ ଦିବସ” ପାଳନ ହୋଇଯାଇଛି । ଶିକ୍ଷୟିତ୍ରୀ ଅପର୍ଣ୍ଣା ପଟେଲଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତା କରିଥିଲେ । ଶିକ୍ଷୟିତ୍ରୀ ଅପର୍ଣ୍ଣା ପଟେଲ ସାର ସି.ଭି.ରମନଙ୍କ ଜୀବନୀ ଓ ରମଣ ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ । ଶ୍ରୀ ବଡ଼ପଣ୍ଡା ଏହି ଦିବସ ଅବସରରେ ବିଜ୍ଞାନକୁ ଲୋକପ୍ରିୟ କରିବା ଓ ବିଜ୍ଞାନର ଉପକାର ଉପରେ ଛାତ୍ର ଛତ୍ରୀମାଙ୍କୁ ଦିଗଦର୍ଶନ ଦେଇଥିଲେ । ପୁଣି ଏ ବର୍ଷର ମୁଖ୍ୟ ବିଷୟ-“ବିଜ୍ଞାନରେ ମହିଳା ବିକଶିତ ଭାରତର ଉତପ୍ରେରକ “ବିଷୟରେ ବକ୍ତବ୍ୟ ରଖିଥିଲେ । ସଭାରେ ଶିକ୍ଷୟିତ୍ରୀ ମଞ୍ଜରୀ ସୁନା, ଶିକ୍ଷକ ନୀଳାମ୍ବର ନନ୍ଦ ଏହି ଦିବସ ବିଷୟରେ ମାର୍ଗଦର୍ଶନ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଶ୍ରୀମାସୁତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।