ବଲାଙ୍ଗିର, (କେପିଏନ୍ଏସ୍) : ପୁଇଁତଲା ବ୍ଲକ ଆଟଗାଁ ପଂଚାୟତ ଆଟଗାଁ ପଡିଆରେ ଚାଲିଥିବା ଧରମ ସିଂହ ମାନ୍ଧାତା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ୪ ଟି ଟିମ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସର ପ୍ରଥମ ମ୍ୟାଚ ପଣ୍ଡରାପିଟା ଓ ମହଲେଇ, ଦ୍ଵିତୀୟ ମ୍ୟାଚ ବିଜାଖମନ ଓ ମଲମୁଣ୍ଡା ମଧ୍ୟରେ ହୋଇ କ୍ୱାଟର ଫାଇନାଲକୁ ମଲମୁଣ୍ଡା ଓ ପଣ୍ଡରାପିଟା ଉତିନ୍ନ ହୋଇଛନ୍ତି । ଏଥିରେ ମଲମୁଣ୍ଡା ୧୦୩ ରନ କରିଥିବା ବେଳେ ପଣ୍ଡରାପିଟା ୧୦୯ ରନ କରିଥିଲେ ଏବଂ ମ୍ୟାନ ଅଫ ଦି ମ୍ୟାଚ ବୁଲୁ ହୋଇଥିଲେ । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ମଂଚାସୀନ ମୁଖ୍ୟ ଅତିଥି ଭାବେ ମନ୍ଥନ ଖବର କାଗଜର ବଲାଙ୍ଗିର ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ପଧାନ ଯୋଗ ଦେଇଥିଲେ, ସମ୍ମାନିତ ଅତିଥି ଆଦିବାସୀ ଅଧିକାର ମହାସଂଘ ଜିଲ୍ଲା ସଭାପତି ମୟ ପଧାନୀ, ଅବସର ପ୍ରାପ୍ତ ଅଧିକାରୀ ସୈନିକ ଚମାର ସିଂହ ଭୋଇ, ସହିଦ ଧରମ ସିଂହ ମାନ୍ଧାତା ସ୍ମୃତି ସୁରକ୍ଷା କମିଟି ସଭାପତି କାଳିନ୍ଦ୍ରୀ ମାଝୀ, ଅନ୍ୟ ଅତିଥି ଚିନ୍ତାମଣି ଥନାପତି, ରାଜୁକାନ୍ତ ବାଗ ଯୋଗଦାନ କରିଥିଲେ । ସରକାରଙ୍କ ଘୋଷଣା ମୁତାବକ ଆଟଗାଁ ଷ୍ଟାଡିଅମକୁ ଧରମ ସିଂହ ମାନ୍ଧାତାଙ୍କ ନାମରେ ନାମିତ କରି ଷ୍ଟାଡିଅମର ଉନ୍ନତି କଲେ ଖେଳାଳି ମାନେ ଉପକୃତ ହେବେ ବୋଲି । ଗ୍ରାମବାସୀ, ବୁଦ୍ଧିଜୀବୀ, ଖେଳାଳି ପ୍ରେମୀଙ୍କ ଦାବି ହେଉଛି ।
Next Post