ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ୧୯ ନଭେମ୍ବରରେ ପାଳନ କରାଯାଉଥିବା ବିଶ୍ୱ ଶୌଚାଳୟ ଦିବସ ବିଶ୍ୱ ପରିମଳ ସଙ୍କଟର ମୁକାବିଲା ପାଇଁ ପ୍ରେରଣାଦାୟକ କାର୍ଯ୍ୟ ବିଷୟରେ ସଚେତନତା ଜାଗ୍ରତ କରେ । ୨୦୦୧ ରେ ୱାର୍ଲ୍ଡ ଟଏଲେଟ୍ ସଂଗଠନ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ବିଶ୍ୱ ଶୌଚାଳୟ ଦିବସକୁ ୨୦୧୩ ରୁ ମିଳିତ ଜାତିସଂଘର ଏକ ସରକାରୀ କାର୍ଯ୍ୟ ଭାବରେ ପାଳନ କରିଆସୁଛି । ମିଳିତ ଜାତିସଂଘର୧୭ ଟି ସ୍ଥାୟୀ ବିକାଶ ଲକ୍ଷ୍ୟ ମଧ୍ୟରୁ ବିକାଶ ଲକ୍ଷ୍ୟ ୬ ର ଉଦ୍ଦେଶ୍ୟ ହେଉଛି “୨୦୩୦ ସୁଦ୍ଧା ସମସ୍ତଙ୍କ ପାଇଁ ନିରାପଦ ଶୌଚାଳୟ” କିନ୍ତୁ ବିଶ୍ୱ ଗୁରୁତର ଭାବରେ ଅନେକ ପଛରେ ପଡ଼ିଯାଇଛି । ୩୫୦ କୋଟି ଲୋକ ନିରାପଦରେ ପରିଚାଳିତ ପରିମଳ ବିନା ବଞ୍ଚନ୍ତି, ଏବଂ ଏଥିରୁ ୪୧.୯ କୋଟି ଲୋକ ଖୋଲାଯାଗାରେ ମଳତ୍ୟାଗ ଅଭ୍ୟାସ କରନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ ଶୌଚାଳୟ ବ୍ୟବହାର ସହିତ ଉପଯୁକ୍ତ ପରିମଳ ବ୍ୟବସ୍ଥାରେ ଡାଇରିଆ ରୋଗରେ ୮ କୋଟି ୪୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁକୁ ରୋକାଯାଇପାରିବ । ଶୌଚାଳୟ ମହିଳା, ବାଳିକା ମାନଙ୍କର ସମ୍ମାନ, ନିରାପତ୍ତା ଏବଂ ସ୍ୱାସ୍ଥ୍ୟ, ଘରେ, ବିଦ୍ୟାଳୟରେ କିମ୍ବା କାର୍ଯ୍ୟରେ ବିଶେଷ କରି ରୁତୁସ୍ରାବ ଏବଂ ଗର୍ଭଧାରଣ ସମୟରେ ସୁରକ୍ଷା ଦେଇଥାଏ । ଏଥି ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ଯେ କୋଟି କୋଟି ଲୋକଙ୍କ ପାଇଁ ପରିମଳ, ଅନ୍ତରଦ୍ୱନ୍ଦ, ଜଳବାୟୁ ପରିବର୍ତ୍ତନ, ବିପର୍ଯ୍ୟୟ ଏବଂ ଅବହେଳା ଭଳି ବିପଦ ରହିଛି ଏବଂ ଏହାର ମୁକାବିଲା କିଭଳି କରାଯିବ । ଯେତେବେଳେ ପରିମଳ ସେବା ନଷ୍ଟ ହୋଇଯାଏ, କିମ୍ବା ବ୍ୟାହତ ହୁଏ, ବୈଜ୍ଞାନିକ ପଦ୍ଧତିରେ ପରିଚାଳନା ହୋଇନଥିବା ମାନବ ବର୍ଜ୍ୟବସ୍ତୁ ପରିବେଶରେ ବ୍ୟାପିଥାଏ, କଲେରା ଭଳି ମାରାତ୍ମକ ରୋଗ ସୃଷ୍ଟି କରିଥାଏ । ୨୦୨୫ ପାଇଁ ଥିମ୍ ହେଉଛି “ପରିବର୍ତ୍ତନଶୀଳ ବିଶ୍ୱରେ ପରିମଳ” ଏହାର ସ୍ଲୋଗାନ ହେଉଛି “ଆମକୁ ସବୁବେଳେ ଶୌଚାଳୟର ଆବଶ୍ୟକତା ରହିବ ।” ଏହି ଥିମ୍ ଜଳବାୟୁ ପରିବର୍ତ୍ତନ, ପୁରୁଣା ଭିତ୍ତିଭୂମି ଏବଂ ଜନସଂଖ୍ୟା ବୃଦ୍ଧି ଭଳି ନୂତନ ଚ୍ୟାଲେଞ୍ଜ ବା ଆହ୍ଵାନର ସମ୍ମୁଖୀନ ହେବା ସମୟରେ ପରିମଳର ନିରନ୍ତର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରେ, ଏବଂ ସ୍ୱଚ୍ଛତାକୁ ମାନବିକ ଅଧିକାର ବୋଲି ଉଲ୍ଲେଖ କରେ । “ଶୌଚାଳୟ ଶାନ୍ତି ପାଇଁ ଏକ ଉତ୍କୃଷ୍ଟ ସ୍ଥାନ । ଏହା ସ୍ୱାସ୍ଥ୍ୟ ନିରାପତ୍ତା ତଥା ସ୍ୱାସ୍ଥ୍ୟକର ଜୀବନ ଶୈଳୀ ପାଇଁ ନିହାତି ଜରୁରୀ ଅଟେ ।”