
- ଭବାନୀପାଟଣା ବିଜୟୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାରାଜ ଆର.ଏନ୍.ସିଂହଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ଓ ଜିଲ୍ଲା କ୍ରୀଡା ସଂସଦ ସହଯୋଗରେ ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ ଖେଳ ଅନୁଷ୍ଠିତ ହୋଇଯାଇଛି । ଭବାନୀପାଟଣା ୪-୦ ଗୋଲରେ ସୁନ୍ଦରଗଡକୁ ହରାଇ ବିଜୟୀ ହୋଇଛି । ବଲାଙ୍ଗିର ଉପ-ଜିଲ୍ଲାପାଳ ଆଲୋକ କୁମାର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ଜବାହାରଲାଲ କଲେଜ ଅଧ୍ୟକ୍ଷ ନବ କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ଟୁର୍ଣ୍ଣାମେଣ୍ଟ କମିଟି ବରିଷ୍ଠ ସଦସ୍ୟ ଅଶୋକ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା କ୍ରୀଡା ସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଓ କମିଟି ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ ମଂଚାସୀନ ଥିଲେ । କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଖେଳକୁ ସଂଜନ କୁଦେଇ, ଜିତେନ୍ଦ୍ର ପାତ୍ର, ଦେବାଶିଷ ବାଗ ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ । କ୍ରୀଡା ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ୍ କମିଶନର ଦାୟିତ୍ୱ ତୁଳାଇଥିଲେ । ପୂର୍ବତନ ଖେଳାଳି ପ୍ରଭାତ କୁମାର ମିଶ୍ର ଓ ସୁଧାଂଶୁ ସେଠଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜି ଖେଳର ଉତ୍ତମ ଖେଳାଳି ଭାବେ ଭବାନୀପାଟଣା ଦଳର ପପୁ ମାଝିଙ୍କୁ ପୁରସ୍କୃତ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟ କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟବୃନ୍ଦ ସହଯୋଗ କରିଥିଲେ । ବୁଧବାର ଭବାନୀପାଟଣା ବନାମ ସୋନପୁର ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳ ହେବ ବୋଲି ଟୁର୍ଣ୍ଣାମେଣ୍ଟ କମିଟି ସଦସ୍ୟ ଗୋଲାପ ବାଗ ସୂଚନା ଦେଇଛନ୍ତି ।