centurian jitm

ବରକାନୀରେ ମହିଳା ଦିବସ ପାଳିତ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବରକାନୀ ପଂଚାୟତ ଅଫିସ ସଭାଗୃହ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଜନ ଶିକ୍ଷଣ ସଂସ୍ଥାନ ବଲାଙ୍ଗିର ଦ୍ୱାରା ଆୟୋଜିତ ସଭାରେ ସରପଂଚ ବଳଦେବ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ, ନାରୀ ଆଉ ବର୍ତ୍ତମାନ ଦୁର୍ବଳ ନୁହେଁ, ସେ ସବୁ କ୍ଷେତ୍ରରେ ପାଦ କାଢି ଦୁନିଆରେ ନିଜର ମୂଳଦୁଆ ପକାଇ ସାରିଲାଣି । ସମ୍ମାନୀତ ଅତିଥି ଭାବରେ ଶିକ୍ଷୟିତ୍ରୀ ଚିରସ୍ମିତା ନାୟକ, ସିଆର୍‌ପି ସ୍ମିଗ୍ଧାରାଣୀ ନନ୍ଦ, ମିନି କୁମାରୀ ପଧାନ ଉପସ୍ଥିତ ଥିଲେ । ନିର୍ଦ୍ଦେଶକ ସଂଘମିତ୍ରା ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସହ ଅଧ୍ୟକ୍ଷ ଛୋଟୁ ନାଗ ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ । ପୂର୍ଣ୍ଣଚନ୍ଦ୍ର ମିଶ୍ର ସଭାକୁ ପରିଚାଳନା କରିଥିବା ବେଳେ ଶିନ ମାଝି ସହଯୋଗ କରିଥିଲେ । ଧନ୍ୟବାଦ ଦେଇଥିଲେ ବିଦ୍ୟାଧର ସୁନା ।

Leave A Reply

Your email address will not be published.