oom

ଆନ୍ତର୍ଜାତୀୟ ଶିକ୍ଷକ ଦିବସ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ବଲାଙ୍ଗିର ଜିଲ୍ଲା ତରଫରୁ ସହ ସମ୍ପାଦିକା ଅନୁପମା ପ୍ରଜରାଜଙ୍କ ଆବାହନ କ୍ରମେ ରାଜ୍ୟ ସଭାନେତ୍ରୀ ଶାନ୍ତିଲତା ସାହୁ, ମୁଖ୍ୟ ଅତିଥି ବିଶିଷ୍ଟ ସମାଜସେବୀ ଶ୍ରୀକର ମିଶ୍ର, ମୁଖ୍ୟବକ୍ତା କିଶୋର ମିଶ୍ର, ମଂଚ ପରିଚାଳନା ମଧୁସୁଦନ ନାୟକ, ସମ୍ମାନିତ ଅତିଥି ଲୋକନାଥ ପାଢୀ, ପରାମର୍ଶଦାତା ତପନ ଦାଶ, ପୂର୍ବତନ ସମ୍ପାଦକ ଡମ୍ବରୁଧର ପାଣିଗ୍ରାହୀଙ୍କ ଉପସ୍ଥିତିରେ ସଭାପତି ତୁଷାର କର୍ମୀଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ଶିକ୍ଷକ ଦିବସ ପାଳନ କରାଯାଇଛି । ଏହି ସଭାରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ୟାମସୁନ୍ଦର ପଧାନ, ହେମନ୍ତ ସାହୁ ଓ ହରିପ୍ରିୟା ସେଠ୍‌ ତଥା ବିଶିଷ୍ଟ ବଂଶୀ ବାଦକ ଭାବେ ରଞ୍ଜନ ପଟ୍ଟନାୟକ ଓ ପଶ୍ଚିମ ଓଡିଶା ଲୋକପ୍ରିୟ ଶିକ୍ଷକ ନେତା ଭାବେ ଶିଶିର ଖଟୁଆଙ୍କୁ ସମ୍ମାନିତ କରାଯାଇଥିଲା । ମୁଖ୍ୟବକ୍ତା ଗୁରୁଶ୍ରୀ କିଶୋର ମିଶ୍ର ଶିକ୍ଷାର ଗୁଣାତ୍ମକ ବିକାଶ ଓ ସଂଘର ସୁଦୃଢତା ପାଇଁ ଶିକ୍ଷକ ସମାଜକୁ ଆହ୍ୱାନ କରିଥିଲେ । ମୁଧୁସୁଦନ ନାୟକ ବିଶିଷ୍ଟ ଶିକ୍ଷକ ନେତା ବନମାଳି ହୋତାଙ୍କ ସ୍ମୃତିଚାରଣ କରିଥିଲେ । ପୂର୍ବତନ ସମ୍ପାଦକ ଶ୍ରୀ ପାଣିଗ୍ରାହୀ ଓ ଶ୍ରୀ ପାଢି ଶିକ୍ଷକ ସମାଜର ନୈତିକତା ଓ ଭୂମିକା ଉପରେ ଆଲୋକପାତ କରିଥିଲେ । ସଭାରେ ଉପସ୍ଥିତ ଶିକ୍ଷକ ନେତା ଦୁର୍ଯ୍ୟୋଧନ ପଶାୟତ, ଦିଲ୍ଲୀପ ବେହେରା, ଅକ୍ଷୟ ପାଢୀ, ଧୃବରାଜ ଚୋପଦାର, ବେଳାର ସିଂ ସାହୁ, ସୁଧୀର ଦେଓ, ବୀଣାପାଣି ବୁଡେକ, କୈଳାସ କର୍ତ୍ତି, ପ୍ରକାଶ ପଣ୍ଡା, ସଂଯୁକ୍ତା ପାଣିଗ୍ରାହୀ, ଉପେନ୍ଦ୍ର ମେହେର, ଲକ୍ଷ୍ମୀପ୍ରିୟା ପଟେଲ, କୁମୁଦିନୀ ମେହେର, ଅନ୍ନପୂର୍ଣ୍ଣା ନନ୍ଦ, ଜୟଦେବ ବିଶି, ଅନିଲ ବେହେରା, ରଞ୍ଜନ ମାଝି ପ୍ରମୁଖ ଶିକ୍ଷକର ଦାୟିତ୍ୱ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ରାଜ୍ୟ ସଭାନେତ୍ରୀ ଶାନ୍ତିଲତା ସାହୁ ଉପସ୍ଥିତ ଶିକ୍ଷକ ପ୍ରତିନିଧି ଓ ଅତିଥିମାନଙ୍କୁ ଧନ୍ୟବାଦ ଦେଇ ବିଂଶତମ ଆନ୍ତର୍ଜାତୀୟ ଶିକ୍ଷକ ଦିବସର ସଭା ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.