ବଲାଙ୍ଗିରରେ ପାଳିତ ହେଲା ବୃକ୍ଷରୋପଣ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପାଳିତ ହେଲା ବୃକ୍ଷରୋପଣ ଦିବସ । ବଲାଙ୍ଗିର ସହରର ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଗଠିତ ହୋଇଥିବା ଅନୁଷ୍ଠାନ ମିଶନ ଗ୍ରୀନ ବଲାଙ୍ଗିର ତରଫରୁ ଅଗଷ୍ଟ ୧୧ ତାରିଖକୁ ବୃକ୍ଷରୋପଣ ଦିବସ ଭାବରେ ପାଳନ କରାଯାଇଛି । ଏହି ଅବସରରେ ବଲାଙ୍ଗିର- ସମ୍ବଲପୁର ରୋଡ ସ୍ଥିତ ହିରୋ ସୋ’ ରୁମ୍ ଠାରୁ ସଦାଇପାଲିକୁ ସଂଯୋଗ କରୁଥିବା ରିଙ୍ଗ ରୋଡ୍‌ ପାର୍ଶ୍ଵରେ ବୃକ୍ଷରୋପଣ କରାଯାଇଥିଲା । ଅତିଥିମାନେ ବୃକ୍ଷ ପୂଜା କରିବା ସହିତ ଚାରାରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା, ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ଅନ୍ୟମାନେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । କେବଳ ବୃକ୍ଷରୋପଣ କଲେ ହେବ ନାହିଁ ବରଂ ବୃକ୍ଷର ଯତ୍ନ ନେଇ ତାକୁ ବଞ୍ଚାଇବାକୁ ହେବ ବୋଲି ଶପଥ ନେବାକୁ ସଭାରେ ମତପ୍ରକାଶ ପାଇଥିଲା ।

Leave A Reply

Your email address will not be published.