oom

ବିଶ୍ୱ ରକ୍ତ ଶିକୁଳି ଦିବସ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସର ମଧ୍ୟରେ ବିଶ୍ୱ ରକ୍ତ ଶିକୁଳି ଦିବସ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରକ୍ତ ଶିକୁଳି ଏକ ମାରାତ୍ମକ ବଂଶଗତ ରୋଗ, ରକ୍ତ ତିଆରି କରୁଥିବା ଜିନର ଦୋଷ ତ୍ରୁଟି ଯୋଗୁଁ ରକ୍ତ କଣିକାର ଆକୃତି ଦାଆ ଆକୃତି ଧାରଣ କରିବା ଯୋଗୁଁ ରୋଗୀ ଶରୀରରେ ଅନେକ ଜଟିଳତା ପ୍ରକାଶ ପାଇବା ସହ ଅକାଳରେ କେତେକାଂଶରେ ମୃତ୍ୟୁ ମୁଖରେ ପଡ଼େ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଭାରତ ସରକାରଙ୍କ ଏହି ସଚେତନତା ଅଭିଯାନ ଜୁନ୍ ୧୯ରୁ ଆରମ୍ଭ ହୋଇ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଜୀବନରେ ପରିବର୍ତ୍ତନ ଆଣିବା, ରକ୍ତ ଶିକୁଳିକୁ ହରାଇବା ଆମେ ମିଳିମିଶି ଆରୋଗ୍ୟ ସୁନିଶ୍ଚିତ କରିବା ସମ୍ୱନ୍ଧରେ ଅଧ୍ୟାପିକା ସୁଶ୍ରୀ ସଂଗୀତା ଗୌନ୍ତିଆ ତାଙ୍କର ବକ୍ତବ୍ୟ ମାଧ୍ୟମରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.