centurian jitm

ବିଶ୍ଵ ସିକିଲ୍‌ ସେଲ୍‌ ସଚେତନତା ଦିବସ-୨୦୨୪ ପାଳନ ଉପଲକ୍ଷେ ବୈଠକ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ଵ ସିକଲ୍ ସେଲ ସଚେତନତା ଦିବସ-୨୦୨୪ ଜୁନ ୧୮ ଠାରୁ ଆରମ୍ଭ ହୋଇରୁ ଜୁଲାଇ ୦୩ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ଏହି ସଚେତନତା ଦିବସ ପାଳନ ଉପଲକ୍ଷେ ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ବଲାଙ୍ଗିର ଦ୍ୱାରା ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବର୍ତ୍ତମାନ ସମୟରେ ସିକିଲ୍‌ ସେଲ୍‌ ରୋଗ ଓ ରୋଗୀ ସମ୍ପର୍କରେ ବ୍ୟାପକ ଭାବରେ ଜନ ସଚେତନା ସୃଷ୍ଟି କରାଯାଇ ଏହାକୁ ନିୟନ୍ତ୍ରଣ ସମ୍ପର୍କିତ ବାର୍ତ୍ତା ଗୁଡିକ ପ୍ରଚାର ଓ ପ୍ରସାର ପାଇଁ ଏଥିରେ ଗୁରୁତ୍ୱ ଦେବାକୁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ଡାକ୍ତରଖାନାରେ ରୋଗ ନିରୂପଣ ପାଇଁ ସ୍ଵତନ୍ତ୍ର ଭାବେ ବିଭିନ୍ନ ପରୀକ୍ଷଣ, ପରାମର୍ଶ ଦେବା, ଛାତ୍ର ଛାତ୍ରୀଙ୍କୁ ସଚେତନତା ତଥା ପ୍ରତିଯୋଗିତା, ବରିଷ୍ଠ ନାଗରିକ, ଜନସାଧାରଣଙ୍କୁ ନେଇ ସିକିଲ୍‌ ସେଲ୍‌ ନିରାକରଣ ସଚେତନତା ସଭା ଗୁଡିକ ଆୟୋଜନ କରାଯିବ ବୋଲି ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ. କିଶୋର ଚନ୍ଦ୍ର ମିଶ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରମୋଦ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଧୁର୍ବ ଚରଣ ବେହେରା, ଅତିରିକ୍ତ ଶ୍ରମ ଅଧିକାରୀ କେଶବ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲ୍ଲେଖ ବିଶ୍ଵାଳ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!