
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫେବୃଆରୀ ୧୫ ବିଶ୍ୱ ହିପ୍ପୋ ଦିବସ । ବିଶ୍ୱର ବୃହତ୍ତମ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଜଳ ହସ୍ତୀ । ଏହି ଜୀବର ସମ୍ମାନାର୍ଥେ, ଫେବୃଆରୀ ୧୫କୁ ପ୍ରତିବର୍ଷ “ବିଶ୍ୱ ହିପ୍ପୋ ଦିବସ” ଭାବରେ ମନୋନୀତ କରାଯାଇଛି । ୩୦ରୁ ଅଧିକ ଆଫ୍ରିକୀୟ ଦେଶରେ ହିପୋପୋଟାମସ୍ ଦେଖିବାକୁ ମିଳିଥାଏ । ଏହି ତୃଣଭୋଜି ପ୍ରାଣୀ ୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରନ୍ତି । ଦୁଇଟି ପ୍ରଜାତିର ହିପୋସ୍ ପୃଥିବୀରେ ବିଦ୍ୟମାନ ଥିବା ଜଣା ପଡିଛି । ଏଥିମଧ୍ୟରେ ପିଜି ହାଇପୋପୋଟାମସ୍ ଏବଂ ସାଧାରଣ ହିପୋପୋଟାମସ୍ ଅନ୍ତର୍ଭୁକ୍ତ । ଗୋଧିଆ ବା ହେଟା ବାଘ, ସିଂହ, ଏପରିକି ବଉଳା (ଲୁଣିଆ) କୁମ୍ଭୀର ସମେତ ବିଭିନ୍ନ ପ୍ରଜାତିର ଶିକାରୀ ପ୍ରାଣୀଙ୍କ ଦ୍ଵାରା ଜଳହସ୍ତୀ ଶିକାର ହୁଅନ୍ତି । ୧୯୮୯ରେ ହାତୀ ଦାନ୍ତର ବାଣିଜ୍ୟ ଉପରେ ଆନ୍ତର୍ଜାତୀୟ ନିଷେଧାଦେଶ ପରେ ଜଳହସ୍ତୀ ଦାନ୍ତର ଚାହିଦା ବଢିବାରେ ଲାଗିଲା । ତେଣୁ ହାତୀ ଶିକାରୀମାନେ ଜଳହସ୍ତୀ ଶିକାର କରିବା ଆଡେ ନଜର ରଖିଲେ । ହିପ୍ପୋ ଦାନ୍ତର କାରବାର ଉପରେ ଏକ ନିଷେଧାଦେଶ ପ୍ରଣୟନ କରାଯାଇଛି, ଯଦିଓ ଏହି ପ୍ରାଣୀ ଗୁଡିକ ‘ବିପଦପୂର୍ଣ୍ଣ’ ବର୍ଗର ବୋଲି ବିବେଚନା କରାଯାଏ । ହିପ୍ପୋଙ୍କ ସଂଖ୍ୟା ସବୁଠାରୁ ଅଧିକ ହ୍ରାସ ପାଇବାରେ ଲାଗିଛି କଙ୍ଗୋ ଡେମୋକ୍ରାଟିକ୍ ରିପବ୍ଲିକରେ । ସର୍ବପ୍ରଥମ ଜଣାଗଲା ଯେ ହିପୋପୋଟାମସ୍, କେନିଆପୋଟାମସ୍ ୧୬ରୁ ୮ ନିୟୁତ ବର୍ଷ ପୂର୍ବେ ଆଫ୍ରିକାରେ ବାସ କରୁଥିଲେ । ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଏହି ହିପ୍ପୋଗୁଡିକର ବିଲୁପ୍ତ ହେବା ପାଇଁ ମଣିଷ ହିଁ ଦାୟୀ, କିନ୍ତୁ ଏହାର ନିର୍ଦ୍ଦିଷ୍ଟ କାରଣ ବର୍ତ୍ତମାନ ରହସ୍ୟ ହୋଇ ରହିଛି । ଏହି ବିରାଟ ପଶୁଟି ୮ ହଜାର ପାଉଣ୍ଡ ଭାରୀ । ଶିଶୁ ହିପୋସର ଓଜନ ପ୍ରାୟ ୧୦୦ ପାଉଣ୍ଡ । ନିଶ୍ୱାସ ନେବା ପାଇଁ, ପ୍ରତି ପାଞ୍ଚ ମିନିଟରେ ଦିନକୁ ୧୬ ଘଣ୍ଟା ପର୍ଯ୍ୟନ୍ତ ହିପୋସ୍ ଜଳରୁ ବାହାରିବା ଆବଶ୍ୟକ । ହିପୋସ୍ ସେମାନଙ୍କର ଛୁଆମାନଙ୍କୁ ପାଣି ଭିତରେ ଜନ୍ମ ଦିଅନ୍ତି । ପ୍ରତି ଦୁଇ ବର୍ଷରେ ମାଇ ହିପୋ ଏକ ଛୁଆ ଜନ୍ମ କରିଥାଏ । ସେମାନଙ୍କ ଚାଲି ଧୀର, ତେବେ ଘଣ୍ଟା ପ୍ରତି ୧୯ କିଲୋମିଟର ବେଗରେ ଚାଲି ବା ପହରି ପାରନ୍ତି । ୧୫୦ ପାଉଣ୍ଡ ଘାସ ଭକ୍ଷଣ କରିବା ପାଇଁ ତାଙ୍କୁ ପାଞ୍ଚ ଘଣ୍ଟା ଲାଗେ । ଜଳହସ୍ତୀ ଦ୍ରୁତ ଗତିରେ ବିଲୁପ୍ତ ହେବାରେ ଲାଗିଛି । ବନ୍ୟ ଜୀବ ପ୍ରେମୀ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ସେମାନଙ୍କର ସଂରକ୍ଷଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଜଳହସ୍ତୀମାନେ ନଦୀ, ହ୍ରଦ, ଜଳାଶୟ, ଲୁଣା ଜଙ୍ଗଲ ନିକଟ ଅଞ୍ଚଳ ଇତ୍ୟାଦିରେ ବାସ କରନ୍ତି । ସେମାନଙ୍କ ଚମଡା ମୋଟା ହେଲେ ମଧ୍ୟ ଆଫ୍ରିକା ମହାଦେଶର ରୌଦ୍ର ତାପ ଅସହ୍ୟ ହୋଇଥାଏ । ତେଣୁ ସେଥିରୁ ରକ୍ଷା ପାଇବା ପାଇଁ ସେମାନେ ଅଧିକାଂଶ ସମୟ ଜଳ କିମ୍ବା କାଦୁଅ ଭିତରେ ରହିବାକୁ ପସନ୍ଦ କରନ୍ତି ।