ଧର୍ମପ୍ରାଣା ଗୋମତୀ ପ୍ରଧାନଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଠିକାଦାରପଡା ନିବାସୀ ଧର୍ମପ୍ରାଣା ଗୋମତୀ ପ୍ରଧାନ (୮୩)ଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି । ସେ କିଛିଦିନ ହେଲା ଅସୁସ୍ଥ ଥିଲେ । ଜଣେ ମେଳାପି, ମିଷ୍ଟଭାଷୀ ଏବଂ ଧର୍ମପରାୟଣା ମହିଳା ଭାବେ ପରିଚିତ ଥିଲେ । ତାଙ୍କ ପରଲୋକ ଖବର ଶୁଣି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୃତ୍ୟୁ ବେଳକୁ ତାଙ୍କ ଏକମାତ୍ର ପୁଅ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧୀ ତଥା ସିନେ କ୍ୟାମେରା ନର୍ଦ୍ଦେଶକ ଗୋପାଳ ପ୍ରଧାନ, ବୋହୁ, ତାଙ୍କ ତିନି ଝିଅ ଓ ସମ୍ପର୍କୀୟ ଉପସ୍ଥିତ ଥିଲେ । ବଲାଙ୍ଗିର ବିଭୂତିପଡା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପୁଅ ଗୋପାଳ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.