ଧର୍ମପରାୟଣା ମହିଳା ସରସ୍ୱତୀ ସାହୁଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର କନ୍ଧପାଲିପଡ଼ାର ଜଣେ ଧର୍ମପରାୟଣା ମହିଳାଙ୍କ ପରଲୋକ ହୋଇଯାଇଛି । ମହିଳା ଜଣକ ହେଉଛନ୍ତି କନ୍ଧପାଲିପଡ଼ାର ସରସ୍ୱତୀ ସାହୁ (୯୭) । ବୃଦ୍ଧାବସ୍ଥା ଜନିତ ରୋଗରେ ଦୀର୍ଘ ଦିନ ହେଲା ସେ ପଡ଼ୀତ ଥିଲେ । ଗତ ବିଳମ୍ବିତ ରାତ୍ରୀରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ, ବୋହୁ, ନାତି, ନାତୁଣୀ, ପଣନାତି, ପଣନାତୁଣୀ ଉପସ୍ଥିତ ଥିଲେ । ତେବେ ଆଜି ପୂର୍ବାହ୍ନରେ କନ୍ଧପାଲିପଡ଼ା ସ୍ଥିତ ଶଶ୍ମାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ଜ୍ୟେଷ୍ଠ ପୁତ୍ର ଚିନ୍ତାମଣି ସାହୁ ମୁଖାଗ୍ନି ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଯୁବ ସାମ୍ବାଦିକ ଶମ୍ଭୁନାଥ ସାହୁ ପରଲୋକାଗତ ଧର୍ମପରାୟଣା ମହିଳା ସରସ୍ୱତୀଙ୍କ ନାତି ଅଟନ୍ତି ।

Leave A Reply

Your email address will not be published.