
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ସାଗରପଡା ସ୍ଥିତ ଧର୍ମପରାୟଣ ମହିଳା ଶକୁନ୍ତଳା ମିଶ୍ରଙ୍କ (୭୮) ପରଲୋକ ହୋଇଯାଇଛି । ସେ ଥିଲେ ଜଣେ ଭାବ ଭକ୍ତିରସର ମହିଳା ସେ ତାଙ୍କ ଜୀବନ ମଧ୍ୟରେ ଚାରିଧାମ ଦର୍ଶନ କରିବା ସଙ୍ଗେ ସଙ୍ଗେ ନେପାଲ ଭ୍ରମଣ ମଧ୍ୟ କରିଥିଲେ ସେ ଏମିତି ଭକ୍ତିରେ ବାନ୍ଧି ହୋଇଥିଲେ ଯେ, ମାସ ମାସ ଘରକୁ ଆସୁନଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ସହରରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ବେଳେ ପୁଅ, ବୋହୁ, ନାତି, ନାତୁଣୀ, ଝିଅ, ଜ୍ୱାଇଁ, ପୁତୁରା, ଭାଇ, ସମୁଦି ପଡା ବାସିନ୍ଦା ସହ କାଉନ୍ସିଲର୍ ହରିଶଙ୍କର ଛତ୍ରିଆ, ସମାଜସେବୀ ଗୋପାଲଜୀ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଶ୍ରୀମତୀ ମହିଳାଙ୍କର ଶେଷ ଦର୍ଶନ କରିଥିଲେ । ପୁଅ ବଟକୃଷ୍ଣ ମିଶ୍ର ମୁଖାଗ୍ନି ଦେଇଥିଲେ ।