om academy

ପ୍ରଶାସନର ନିର୍ଭର ପ୍ରତିଶ୍ରୁତି ପାଇ ଗୋପାଳପୁର ବନ୍ଦର ଶ୍ରମିକମାନେ ଧର୍ମଘଟରୁ ଓହରିଲେ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୀର୍ଘଦିନ ଧରି ଶ୍ରମିକମାନଙ୍କ ଧର୍ମଘଟ, ହଟ୍ଟଗୋଳ ଲାଗି ରହିଥିଲା । ଗୋପାଳପୁର ବନ୍ଦର ଶ୍ରମିକଙ୍କ ତ୍ରିସ୍ତରୀୟ ୟୁନିୟନ ଏବଂ ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଲାଗି ରହିଥିବା ଦୀର୍ଘ ଦିନର ବିବାଦର ଅବସାନ ଘଟିଛି ବୋଲି ଜଣାଯାଏ । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ମାର୍ଜିଷ୍ଟ୍ରେଟଙ୍କ ତତ୍ତ୍ୱାବଧାନରେ ଏକ ପ୍ରତିକାର କମିଟି ଗଠନ ହୋଇଛି, ଯାହାକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରାପ୍ତ ଏକ ବିଜ୍ଞପ୍ତିରୁ ଜଣାଯାଇଛି । ଛତ୍ରପୁର ଉପଖଣ୍ଡ ସ୍ତରୀୟ ଏହି ପ୍ରତିକାର କମିଟିରେ ଉପଜିଲ୍ଲାପାଳ, ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀ, ଜିଲ୍ଲା ଶ୍ରମଅଧିକାରୀ ଓ ଶ୍ରମିକ ପ୍ରତିନିଧିଙ୍କୁ ନେଇ ଗଠିତ ହୋଇଛି । ବନ୍ଦର ଶ୍ରମିକମାନଙ୍କ ମଧ୍ୟରେ ବିବାଦର ଆଶୁ ସମାଧାନ ନିମନ୍ତେ ଏକ ବିହିତ ପଦକ୍ଷେପ ସଦୃଶ ଏକ ପ୍ରତିକାର କମିଟି ଗଠନ କରାଗଲା । ଏନେଇ ଗୁରୁବାର ଅପରାହ୍ନରେ ଛତ୍ରପୁର ସ୍ଥିତ ଲିସା-ଗ୍ୟାଲେକ୍ସିରେ ଅନୁଷ୍ଠିତ ପ୍ରେସମିଟ୍‌ରେ ଏକ ଇସ୍ତାହାରରେ ପ୍ରକାଶ କରାଯାଇଥିବା ନେଇ ବିଭିନ୍ନ ବିଶଦ ଜଣାଯାଇଛି । ସଭାପତି ଗୋପାଳପୁର ପୋର୍ଟ ମଜଦୁର ୟୁନିୟନ, ସମ୍ପାଦକ ଗୋପାଳପୁର ପୋର୍ଟ ଡ଼କ ୱର୍କସ ୟୁନିୟନ, ସମ୍ପାଦକ ଗୋପାଳପୁର ପୋର୍ଟ କର୍ମଚାରୀ ସଂଘର ମିଳିତ ଉଦ୍ୟମରେରେ ପ୍ରେସମିଟ୍ ଡାକରା ହୋଇଥିଲା । ତିନି ୟୁନିୟନର ନେତ୍ତୃବର୍ଗ ଜିଲ୍ଲାପାଳଙ୍କ ନୀତି ଆଦର୍ଶ, ଗାଇଡ଼ଲାଇନ ଏବଂ ନିର୍ଭର ପ୍ରତିଶ୍ରୁତିକୁ ଭରସା କରି ଦୀର୍ଘ ଦିନର ଆନ୍ଦୋଳନରୁ ଓହରିଲୁ ବୋଲି ଗଣମାଧ୍ୟମ ଆଗରେ ସୂଚାଇଛନ୍ତି । ଆଗାମୀ ଦିନର ଧାର୍ଯ୍ୟ ସମୟ ଯାଏଁ ଶ୍ରମିକ ସଂଗଠନ ନିଜର ନୀତି ଆଦର୍ଶରେ ପ୍ରତିପାଳନ ପୂର୍ବକ କାର୍ଯ୍ୟରେ ଯୋଗଦେବେ ଏବଂ ଶୃଙ୍ଖଳିତ ଭାବେ ବନ୍ଦର କର୍ତ୍ତୃପକ୍ଷଙ୍କ କଥାମାନି କାର୍ଯ୍ୟ କରିବେ । ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶ୍ରୁତି ଆଗାମୀ ଦିନରେ କାର୍ଯ୍ୟକାରୀ ନ ହେଲେ ପୁନର୍ବାର ପ୍ରତିବାଦ କରିବାକୁ ପଛାଇବେ ନାହିଁ ବୋଲି ଶ୍ରମିକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଜିଲ୍ଲାପ୍ରଶାସନ, ଜିଲ୍ଲାଆରକ୍ଷୀ ଅଧିକ୍ଷକଙ୍କ କହିବାନୁଯାୟୀ ଶୃଙ୍ଖଳିତ ଭାବେ ନିୟମିତ ବନ୍ଦର କାର୍ଯ୍ୟ କରିବେ ଓ ପ୍ରଶାସନକୁ ସମ୍ମାନ ପ୍ରଦାନ ଜାରୀ ରଖିବେ ବୋଲି ୟୁନିୟନ କର୍ମକର୍ତ୍ତା ଗଣମାଧ୍ୟମ ଆଗରେ କହିଛନ୍ତି । ବିଭିନ୍ନ ଦାବୀ ମୁତାବକ ବନ୍ଦର ପରିସରରେ ମହିଳାମାନଙ୍କୁ ମଧ୍ୟ ଶ୍ରମିକଭାବେ କାର୍ଯ୍ୟରେ ନିୟୋଜିତ କରାଯିବା ନିମନ୍ତେ ବନ୍ଦର କର୍ତ୍ତୃପକ୍ଷଙ୍କ ପରାମର୍ଶ ନେଇ ଜିଲ୍ଲାପାଳ ଅନୁମୋଦନ କରିଛନ୍ତି ବୋଲି କୁହାଯାଇଛି । ବନ୍ଦର କର୍ତ୍ତୃପକ୍ଷ ଓ ଜିଲ୍ଲାପ୍ରଶାସନର ମିଳିତ ପ୍ରତିଶ୍ରୁତିରେ ବନ୍ଦର ଶ୍ରମିକ ଏବଂ ସଂଗଠନ ଖୁସିବ୍ୟକ୍ତ କରିଛନ୍ତି ବୋଲି ସ୍ପଷ୍ଟ କରାଯାଇଛି । ଆଗାମୀ ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଏକ ବୈଠକ ବସି ସବିଶେଷ ବିଷୟରେ ଅବଗତ ହୋଇ ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରତିଶୃତି ଦେଇଛନ୍ତି ବୋଲି ଶ୍ରମିକ ସଂଘ କହିଛନ୍ତି ।

Leave A Reply

Your email address will not be published.