କଂଟାବାଂଜି ପୋଷ୍ଟ ଅଫିସ ସମ୍ମୁଖରେ ଗ୍ରାମୀଣ ଡାକ ସେବକ ସଂଘର ଧର୍ମଘଟ

  • ଗ୍ରାମାଂଚଳ ଡାକ ସେବା ବ୍ୟାଘାତ

କଂଟାବାଂଜି, (ଗୁରୁଦୟାଲ ହଂସ) : ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘର ଆହ୍ୱାନ କ୍ରମେ ବଲାଙ୍ଗିର ମଣ୍ଡଳ ଅଧିନରେ କାର୍ଯ୍ୟରତ ଡାକ ସେବକ କର୍ମଚାରୀମାନେ ବିଭିନ୍ନ ଦାବୀ ନେଇ ମଂଗଲବାର ଦିନ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ କଂଟାବାଂଜି ସବ୍‌ ପୋଷ୍ଟ ଅଫିସ ଅଧିନସ୍ଥ ଖଗସା, ସର୍ଗୁଲ, ଖୁଜେନବାହାଲ, ଧାମନଡଙ୍ଗା ଚାଉଲସୁଖା, କୁକୁଡାହାଡ, ଚଟୁଅନକା ଏବଂ ବିଛୁବାହାଲି ବ୍ରାଂଚ ପୋଷ୍ଟ ଅଫିସରେ କାର୍ଯ୍ୟରତ ଡାକ ସେବକମାନେ ମଧ୍ୟ ଧର୍ମଘଟ ଆରମ୍ଭ କରିଛନ୍ତି । ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ଦାବୀ ମଧ୍ୟରେ ୨୦୧୭ ବେତନ କମିଶନ ରିପୋର୍ଟ ଦେବା ପରେ ସେବକ ମାନଙ୍କର ସପକ୍ଷରେ ଦେଇଥିବା କମଲେଶ ଚନ୍ଦ୍ର କମିଟିର ରିପୋର୍ଟକୁ ସରକାର ସଂପୂର୍ଣ୍ଣ ରୂପେ ଗ୍ରହଣ କରିବା । ୧୨, ୨୪, ୩୬ ଆର୍ଥିକ ପଦୋନ୍ନତି, ଗ୍ରାଚ୍ୟୁଟି ପାଂଚ ଲକ୍ଷ ମିଳିବା, ଗ୍ରୁପ ଇନ୍ସୁରାନ୍ସ ପାଂଚ ଲକ୍ଷ, ମେଡିକାଲ ଭତା, ୧୮୦ ଦିନ ଛୁଟି ଜମା, ସମାନ କାମକୁ ସମାନ ଦରମା, ସେବକମାନଙ୍କ ପାଇଁ ଅବସର କାଳୀନରେ ପେନ୍‌ସନ୍‌ ପ୍ରଦାନ କରିବା । ଏ ସମସ୍ତ ଦାବୀଗୁଡିକ କେନ୍ଦ୍ର ସରକାର ପୁରଣ ନ କରିବା ଯାଏଁ ଅନିର୍ଦ୍ଧିଷ୍ଟକାଳ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଥିଲେ । ଏହି ଆନ୍ଦୋଳନରେ ଗ୍ରାମୀଣ ଡାକସେବକ କର୍ମଚାରୀମାନଙ୍କ ମଧ୍ୟରେ ରାଜକୁମାର ଦାଶ, ବିଶ୍ୱଜିତ ପାଢି, ଉମାଦିନି ତାଣ୍ଡି, ଦିଲିପ କୁମାର ମହାନନ୍ଦ ଭୋଲାନାଥ ମହାନନ୍ଦ, ଲିଲୁରାମ ପୁଟେଲ, ଦେବାନନ୍ଦ ବଏ, ସୀତାରାମ ମହାନନ୍ଦ, ମହାପୁରୁଷ ମାଝି, ଖିଲାବତି ପଣ୍ଡା, ଲଛମନ ଶବର, ବିଘ୍ନରାଜ ବେହେରା, ଟେଲର ମାଝି ସାମିଲ ଥିଲେ । ଗ୍ରାମୀଣ ଡାକ ସେବକମାନଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ମୁଖ୍ୟ କଂଟାବାଂଜି ପୋଷ୍ଟ ଅଫିସ ଖୋଲିଥିବାରୁ ସହରାଂଚଳ ଡାକ ସେବାରେ କୌଣସି ପ୍ରଭାବ ପଡି ନ ଥିବା ବିଷୟ କଂଟାବାଂଜି ପୋଷ୍ଟମାଷ୍ଟର ଗୌରାଙ୍ଗ ଚରଣ ସା କହିଛନ୍ତି । ସେହିପରି ସମସ୍ତ ସହରାଂଚଳ କର୍ମଚାରୀ ଶ୍ରୀକାନ୍ତ ଭୋଇ, ଅଶ୍ୱିନି ମେହେର, ଅରବିନ୍ଦ ମେହେର ନିଜ ନିଜ ଦାୟିତ୍ୱ ତୁଲାଉଥିବା ପୋଷ୍ଟ ମାଷ୍ଟର କହିଛନ୍ତି ।

Leave A Reply

Your email address will not be published.