oom

ମହା ସଂଗ୍ରାମ ଆରମ୍ଭ କଲା ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗିର ମଣ୍ଡଳ : ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଧର୍ମଘଟ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହା ସଂଗ୍ରାମ ଆରମ୍ଭ କରିଛି ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗିର ମଣ୍ଡଳ । ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଧର୍ମଘଟ ଡାକରା ଦିଆଯାଇଥିବା ବେଳେ ଏଥିଯୋଗୁଁ ଡାକ ସେବା ବିଶେଷ ଭାବେ ପ୍ରଭାବିତ ହୋଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି । ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଗତ ୨୦୧୭ ସପ୍ତମ ବେତନ କମିଶନ ରିପୋର୍ଟ ଦେବା ପରେ ସେବକମାନଙ୍କ ସପକ୍ଷରେ ଦେଇଥିବା କମଲେଶ ଚନ୍ଦ୍ର କମିଟି ରିପୋର୍ଟକୁ ସରକାର ସଂପୂର୍ଣ୍ଣ ରୂପେ ଗ୍ରହଣ କରିନାହାନ୍ତି । ଏପରିକି ସଂଘ ପକ୍ଷରୁ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଅନେକ ଧାରଣା, ଭୂକ୍‌ ହର୍‌ତାଲ୍‌, ଦିନିକିଆ ଧର୍ମଘଟ କରାଯାଇଥିଲେ ସୁଦ୍ଧା ସରକାର ଗ୍ରାମୀଣ ଡାକ ସେବକମାନଙ୍କ ନ୍ୟାର୍ଯ୍ୟ ଦାବୀକୁ ମାନିନାହାନ୍ତି । ଏଣୁ ଆଜିଠାରୁ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଧର୍ମଘଟ ଡାକରା ଦେଇଛି ସଂଘ । ବଲାଙ୍ଗିର ଏଆଇଜିଡିଏସ୍‌ୟୁ ବଲାଙ୍ଗିର ଡିଭିଜନ ସଭାପତି ଜୟକୃଷ୍ଣ ସାହୁ ଏବଂ ସଂପାଦକ ଦଶରଥ ଦାଶଙ୍କ ନେତୃତ୍ୱରେ ବଲାଙ୍ଗିର ମୁଖ୍ୟ ଡାକଘର ସାମ୍ନାରେ ଦାବୀ ପୂରଣ ନିମନ୍ତେ ବିଭିନ୍ନ ନାରା ଦେଇ ମହାସଂଗ୍ରାମକୁ ଓହ୍ଲାଇଛନ୍ତି ଗ୍ରାମୀଣ ଡାକ ସେବକମାନେ । ଆଜି ବଲାଙ୍ଗିର ମୁଖ୍ୟ ଡାକଘର ଧର୍ମଘଟ ସ୍ଥଳରେ ବିଶିଷ୍ଟ ଶ୍ରମିକ ନେତା ବିଭୂଦତ୍ତ ମିଶ୍ର ଏବଂ ବଲାଙ୍ଗିର ବାର୍‌ ଏସୋସିଏସନ୍‌ ସଭାପତି ଅମରେଶ ତ୍ରିପାଠୀ ଯୋଗଦେଇ ଏହି ଧର୍ମଘଟକୁ ସମର୍ଥନ ଜଣାଇବା ସହ ଆନ୍ଦୋଳନରତ ଗ୍ରାମୀଣ ଡାକ ସେବକମାନେ ସେମାନଙ୍କ ହକ୍‌ ପାଇଁ ଲଢେ଼ଇ କରୁଥିବାରୁ ସେମାନଙ୍କୁ ଜନସାଧାରଣ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି ।

jittmm
Leave A Reply

Your email address will not be published.