jayashree

ହିଟ୍ ଏଣ୍ଡ ରନ୍ ଆଇନକୁ ବିରୋଧ : ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲା ଡ୍ରାଇଭର ମହାସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ନୂତନ ହିଟ୍ ଏଣ୍ଡ ରନ୍ ଆଇନକୁ ବିରୋଧ ଜାରି ରହିଛି । ଏହି ଆଇନକୁ ସରକାର ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବା ଦାବିରେ ବଲାଙ୍ଗିର ଜିଲ୍ଲା ଡ୍ରାଇଭର ମହାସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛି । ଏହି ଆଇନ ଆଣିବା ପୂର୍ବରୁ କେନ୍ଦ୍ର ସରକାର ଡ୍ରାଇଭର ସଂଘ ସହ କୌଣସି ଆଲୋଚନା କରି ନଥିଲେ । ଆଇନ ପାସ ହେଲା ପରେ ଏହି ଆଇନ ଡ୍ରାଇଭରମାନଙ୍କ ପାଇଁ କାଳ ପାଲଟିଛି । ତେଣୁ ସରକାର ଏହି କଳା ଆଇନକୁ ପ୍ରତ୍ୟାହାର କରନ୍ତୁ ନହେଲେ ଡ୍ରାଇଭରମାନେ ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ରହିବା ସହ ଯାତ୍ରୀ ଓ ମାଲ ପରିବହନ ବନ୍ଦ ରଖିବେ ବୋଲି ସଂଘ ପ୍ରକାଶ କରିଛି ।

Leave A Reply

Your email address will not be published.