oom

ଜିଲ୍ଲାରେ ବିକାଶ କାମ ଠପ ଅଭିଯୋଗ : ଧାରଣାରେ ବସିଲେ ଜିଲ୍ଲା ପରିଷଦ

jsmm

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପରିଷଦ ସଦସ୍ୟା ସଦସ୍ୟମାନେ ମଙ୍ଗଳବାର ସ୍ଥାନୀୟ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଜିଲ୍ଲାରେ ବିକାଶ କାମ ଠପ ନେଇ ଅଭିଯୋଗ କରି ଧାରଣା ଦେଇଛନ୍ତି । ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ଓ ପରିଷଦ ସଦସ୍ୟା ଏବଂ ସଦସ୍ୟମାନେ କହିଛନ୍ତି ଯେ ଦୀର୍ଘ ଏକ ବର୍ଷରୁ ଅଧିକ ହେବ କେବିକେ ବିକାଶ ଯୋଜନାର ଜିଲ୍ଲା ଅଂଶ ଅନୁଦାନ ଯୋଗାଇ ଦିଆଯାଉନାହିଁ । ଫଳରେ ଜିଲ୍ଲାରେ ବିକାଶ କାମ ଠପ ହୋଇଯାଇଛି । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତ ନ କରିବା, ଜିଲ୍ଲା ପରିଷଦ ବୈଠକ ନ କରିବା ଏବଂ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟା ସଦସ୍ୟଙ୍କୁ ଜିଲ୍ଲା ପ୍ରଶାସନ ଖାତିର ନ କରିବା ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ ବୋଲି ପରିଷଦ ସଭାପତି ସାହୁ କହିଛନ୍ତି ।

jittmm
Leave A Reply

Your email address will not be published.