ଦିଲ୍ଲୀ ଦରବାରରେ ଚାଲିଥିବା କିଷାନ ଆନ୍ଦୋଳନକୁ ସମର୍ଥନ ଜଣାଇ ଚାଷୀଙ୍କ ସତ୍ୟାଗ୍ରହ ଓ ଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ସୋହେଲା, ଗାଇସିଲେଟ, ପଦ୍ମପୁର,ଝାରବନ୍ଧ ଓ ପାଇକମାଳ ବ୍ଲକ୍ ଅଞ୍ଚଳର ଚାଷୀ ସଂଗଠନ ଗୁଡ଼ିକ ତରଫରୁ ଦିଲ୍ଲୀରେ ଚାଲିଥିବା କିଷାନ ଆନ୍ଦୋଳନକୁ ସମର୍ଥନ କରି ଚାଷୀଙ୍କ ସତ୍ୟାଗ୍ରହ ଗଣ ଧାରଣା ଆନ୍ଦୋଳନ ଆଜି ପଦ୍ମପୁର ଉପଖଣ୍ଡରେ ଆରମ୍ଭ ହୋଇଛି । ସେହିପରି ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ଗଣ ଧାରଣା ସତ୍ୟାଗ୍ରହ ସକାଳ ୧୦ ଘଣ୍ଟା ରୁ ଅପରାହ୍ନ ୪ ଟା ପର୍ୟ୍ୟନ୍ତ ଚାଲିବ ବୋଲି ଆଞ୍ଚଳିକ ଚାଷୀ ସଂଗଠନ ମାଣ୍ଡେ଼ାସିଲ ମଧ୍ୟ ନିଷ୍ପତ୍ତି ନେଇ ବରତୁଣ୍ଡା ବଜାର ପ୍ରାଙ୍ଗଣରେ ଆନ୍ଦୋଳନ ଆରମ୍ଭ କରିଛି । ଆନ୍ଦୋଳନରେ ସର୍ବଶ୍ରୀ ଗିରିଶ ଡନସନା, ନରସିଂହ ବନଛୋର, ରୁକ୍ମଣ ଧରୁଆ, ରାଜେନ୍ଦ୍ର ପ୍ରଧାନ, ଦଶରଥ ବିନାଟ, ଖଲିକଚନ୍ ଗୀର୍ଣ୍ଣା ପ୍ରମୁଖ‌ଙ୍କ ନେତୃତ୍ୱରେ ଆଜି ଏହି ଆନ୍ଦୋଳନ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.