ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ

  • ମଥୁରା ନଗରୀରେ ମହାରାଜ କଂସଙ୍କ ରାଜ ଦରବାର ଆରମ୍ଭ
  • ବିଶିଷ୍ଟ କଳାକାର ଯୁଗଳ ସାହୁ ସମ୍ବର୍ଦ୍ଧିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ତଥା ମଥୁରା ନଗରୀରେ ପଞ୍ଚମ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ଗୁରୁବାର ସଂଧ୍ୟାରେ ଏକ ଭବ୍ୟ ସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଆୟୋଜକ ମହୋତ୍ସବ କମିଟି ସଭାପତି ଶ୍ରୀବତ୍ସ ବେହେରାଙ୍କ ଅଧ୍ୟକ୍ଷତାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ତହସିଲଦାର ଆୟୁବ ମଣ୍ଡଳ, ଜୁନିୟର କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ, ବିଇଓ ଶାନ୍ତନୁ କୁମାର ପଢ଼ିହାରି, ଥାନା ଆଇଆଇସି ସିପୋରା ସରାୟ ଲୁଗୁନ, ମୁରିବାହାଲ ସଦର ପଞ୍ଚାୟତ ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ବିଶ୍ୱବିହାରୀ ଯୋଶୀ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, କୃଷି କର୍ମଚାରୀ କିଶୋର କୁମାର ଭୋଇ, ଆୟୋଜକ କମିଟି କାର୍ଯ୍ୟକାରୀ ସଭାପତି ରାଜୀବ କୁମାର ମହାନ୍ତି ଓ ସାଧାରଣ ସମ୍ପାଦକ ତରୁଣ ପୋଢ଼ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ । ଏହା ପୂର୍ବରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ସ୍ଥାନୀୟ ରାଧାକୃଷ୍ଣ ଓ ଶିବ ମନ୍ଦିରରୁ ଅଣାଯାଇ ଧନୁଯାତ୍ରା ପଡିଆଠାରେ ପହଞ୍ଚିଥିଲା । ଏହା ପରେ ପୂଜକ କାଶୀନାଥ ଦାସଙ୍କ ଦ୍ୱାରା ମଞ୍ଚ ପୂଜା କରାଯାଇଥିଲା । ଏଥିରେ ଆୟୋଜକ କମିଟିର କର୍ତ୍ତା ଚିନ୍ତାମଣି ମହାରଣାଙ୍କ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଗୋପପୁର ହୋଇଥିବା ବନବାହାଲ ଗ୍ରାମରେ କଳସ ଯାତ୍ରା ସହ ହରିବଂଶ ପୁରାଣ ପଠନ ଓ ନାଟକ ମଞ୍ଚସ୍ଥ ହୋଇଥିଲା । କର୍ତ୍ତା ରୂପେ କେଶରୀ ଧରୁଆ ଓ ତାଙ୍କ ଧର୍ମପତ୍ନୀ ଚଞ୍ଚଳା ଧରୁଆ, ଯଜ୍ଞ କର୍ତ୍ତା ସୁବୋଧ ମାଝୀ ଓ ତାଙ୍କ ଧର୍ମପତ୍ନୀ ପଲ୍ଲବୀ ମାଝୀ, ପୂଜକ ସଦାଶିବ ଦାସ ଓ କମିଟି ସମ୍ପାଦକ ଭରତ ଦାସ କାର୍ଯ୍ୟକ୍ରମ ସଂଯୋଜନା ଦାୟିତ୍ଵ ତୁଲାଇଥିଲେ । ଗୁରୁ ସୁଧର୍ମା ଦାସଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଧନୁଯାତ୍ରା ଉଦ୍‌ଘାଟନୀ ଅବସରରେ ବିଶିଷ୍ଟ କୋଶଲି ଓ ହାସ୍ୟ କଳାକାର ଯୁଗଳ ସାହୁ, ପ୍ରତିଷ୍ଠାତା ସଦସ୍ୟ ଖଗେଶ୍ୱର ସାହୁଙ୍କ ସହ ଅନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କଂସ ଦରବାର ଆରମ୍ଭ ହୋଇ ନାରଦ କଂସ ସମ୍ବାଦ ଓ ଦୃମିଲାସୁର ବଧ ମଞ୍ଚସ୍ଥ ହୋଇଥିଲା । ଆୟୋଜକ ମୁରିବାହାଲ ଧନୁଯାତ୍ରା ମହୋତ୍ସବ କମିଟିର ଉପସଭାପତି ନାରାୟଣ ସାହୁ, ଲକ୍ଷ୍ମୀକାନ୍ତ ଧରୁଆ, ଶ୍ୟାମସୁନ୍ଦର ଝାଙ୍କର, ଦିବ୍ୟସୁନ୍ଦର ସାହୁ, ପ୍ରେମାନନ୍ଦ ମାଝୀ, ସୁଜିତ ରଞ୍ଜନ ପାଢ଼ୀ, ଅଭିଳାଷ ବଘାର, କୋଷାଧ୍ୟକ୍ଷ ପଦ୍ମଲୋଚନ ସାହୁ, ରମାରଞ୍ଜନ ପାତ୍ର, ସାଂସ୍କୃତିକ ସମ୍ପାଦକ ପ୍ରମୁଖ ସୁଦର୍ଶନ ଦୀପ, ସାଂସ୍କୃତିକ ସମ୍ପାଦକ ରମେଶ କୁମାର ନାଗ, ଖଗେଶ୍ୱର ସାହୁ,ସାମନ୍ତ ବାଗ, ବୈରାଷ୍ଟ୍ର ପୋଢ଼, ସଂଯୋଜକ ସୁଧାଂଶୁ ପୋଢ଼ ଯାଦବ, ବନବିହାରୀ ଯୋଶୀ, ଆବାହକ ବାବୁଲାଲ କେତକୀ, ସୁଦାମ ବଘାର, ଯାଞ୍ଚ ଅଧିକାରୀ ଅନୀଲ କୁମାର ଶର୍ମା, ସୁରେଶ କୁମାର ଶର୍ମା, ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ମନୋଜ କୁମାର କର, କେଦାର ବଡଜେନା, ତରଣୀସେନ ମେହେର, କୁନ୍ତ ପୋଢ଼, ଆଇନ ପରାମର୍ଶଦାତା ଜୟଦୀପ ପୁରୋହିତ, ଶମ୍ଭୁପ୍ରସାଦ ଭୋଇ, ଗୋପପୁର ପ୍ରମୁଖ ରାଜୀବ କୁଅଁର, ତୁଳସୀରାମ ସାହୁ, ଉପଦେଷ୍ଟା ଭଗବାନ ମହାନ୍ତି, ସୁବ୍ରତ ମହାକୁର, ଗଙ୍ଗାଧର ହେର୍ଣ୍ଣା, ଭଗତ ନାଗ, ଦୁର୍ଯ୍ୟୋଧନ ବେହେରା, ମଧୂସୁଦନ ନାଗ, ଭୀଷ୍ମରାଜ ମେହେର, ପୂର୍ଣ୍ଣଚନ୍ଦ୍ର ପଧାନ, ଚିନ୍ତାମଣି ମହାରଣା, ସୁଧୀର ପାଣି, ଶ୍ରୀପତି ଷାଣ୍ଢ, ଅନନ୍ତ ଛୁରା, ରାମରତନ ମେହେର, କୃତିବାସ ଦାସ, ଜୟକିଶନ ବାଗ, ସନ୍ୟାସୀ ପୁଟେଲ, ପରିଚାଳନା କମିଟି ସଦସ୍ୟ ଅଭୟାନନ୍ଦ ଦାସ, ନିୟାଜ ମହମ୍ମଦ, କିଶୋର ପୃଷ୍ଟି, ରାମକୃଷ୍ଣ ଆଡଜୁଆଡ, ହେମନ୍ତ ଶର୍ମା, ହୃଦାନନ୍ଦ ସାହୁ, ବିଜୟଲାଲ ଦୀପ, ଭବାନୀଶଙ୍କର ଶର୍ମା, ଲକ୍ଷ୍ମଣ ମହାରଣା, ସୁଦର୍ଶନ ଖର୍ସେଲ, ଯୋଗେନ୍ଦ୍ର ଥାଟି, ପ୍ରଦୀପ ବଘାର, ବାବୁଲି ରାଉତ, ଆକାଶ ମହାକୁର, ଉଦିତ କଟା, ପବିତ୍ର ସାହୁ, ଜନ୍ମେଜୟ ମାହାକୁର, ଅଜିତ ବାଗ, ଗୋବିନ୍ଦ ସେଠ, ରାଜ ନାଗ, କରନ ଜାଲ, ନିରଞ୍ଜନ ଆଚାରୀ ଓ ମହେନ୍ଦ୍ର ବାଗ ପ୍ରମୁଖ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.