jayashree

ଧନୀକ ଶ୍ରେଣୀ ଲୋକଙ୍କର ଖାଉଟି ରାସନ୍ କାର୍ଡ କଟିଯିବ : ମନ୍ତ୍ରୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ଧନୀକ ଲୋକଙ୍କ ପାଖରେ ଖାଉଟି ରାସନ୍ କାର୍ଡ ରହିଥିବା କୁହାଯାଉଛି । ତାହାକୁ ଖୁବ୍ ଶୀଘ୍ର ସର୍ଭେ ଆରମ୍ଭ କରି ଧନୀକ ଲୋକଙ୍କର ରାସନ୍ କାର୍ଡ ବନ୍ଦ କରାଯିବା ଉଚିତ୍ ବୋଲି ନିର୍ଦ୍ଦେଶ ହୋଇଛି । ଧନୀକ ଶ୍ରେଣୀ ଲୋକଙ୍କର ଖାଉଟି ରାସନ୍ କାର୍ଡ ରଦ୍ଧ କରାଯିବା ଦିଗରେ ବିହିତ ପଦକ୍ଷେପ ନିଆଯାଉଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ପ୍ରକୃତ ଗରୀବ ଶ୍ରେଣୀର ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ରାସନ୍ କାର୍ଡ ଦିଆଯାଉ ବୋଲି ମନ୍ତ୍ରୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ମାନଙ୍କର ରୋଜଗାର ପନ୍ଥା ଖୁବ୍ କମ୍, ଯେଉଁ ମାନେ ଦଳିତ, ନିଷ୍ପେସିତ, ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଖାଉଟି ରାସନ୍ କାର୍ଡ ପାଇବାର ଅଧିକାର ରହିଛି ବୋଲି ରାଜ୍ୟ ସରକାର ଚିନ୍ତା କରିଥିବା କଥା ଖାଉଟି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏଣିକି ଧନୀକ ଲୋକଙ୍କର ରାସନ୍ କାର୍ଡ ବନ୍ଦ ହୋଇଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଖାଉଟି କଲ୍ୟାଣ ଯୋଜନା ଭିତ୍ତିକ ସମୀକ୍ଷା କରିଛନ୍ତି । ମନ୍ତ୍ରୀ ଶ୍ରୀ ପାତ୍ର ଆହୁରି କହିଛନ୍ତି, ଯେ’ ଚାଉଳକୁ ରି-ସାଇକେଲିଂ କରାଯିବା, ଚାଉଳକୁ ଚୋରା ଚାଲାଣ ଦୁର୍ନୀତି କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି । ବିଗତ ୨୪ ବର୍ଷ ତଳେ ରାଜ୍ୟ ସରକାରଙ୍କ ଦ୍ଵାରା କଣ ସବୁ ଦୁର୍ନୀତି ହୋଇଥିଲା, ସେ ଦିଗରେ ଆଲୋଚନାକୁ ଅଣାଯିବା ୃଥା ଅଟେ । ବର୍ତ୍ତମାନର ସରକାରଙ୍କ ସମୟରେ ଦୁର୍ନୀତି, ଭ୍ରଷ୍ଟାଚାର ରୋକାଯିବା ନିମନ୍ତେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଗଞ୍ଜାମ ଜିଲ୍ଲାରୁ ଆନ୍ଧ୍ରକୁ ଚାଉଳ ଚୋରା ଚାଲାଣ ହେଉଥିବା ନଜର ରହିଛି । ଗୋଦାମରେ କେତେ ଚାଉଳ ଷ୍ଟକ୍ ଅଛି, ତାହା କାଗଜ ପତ୍ରରେ ସୀମିତ ରଖିଲେ ହେବ ନାହିଁ । ଏ ବିଷୟରେ ମନ୍ତ୍ରୀ ଗୁରୁତ୍ଵାରୋପ କରି ଏଦିଗରେ ସମସ୍ତ ଅଫିସର୍ ଗଣ ଧ୍ୟାନ ଦେଇ ବିହିତ ପଦକ୍ଷେପ ନେବାକୁ ହେବ ବୋଲି କହିଛନ୍ତି । ଧାନ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଠିକ୍ ସମୟରେ କ୍ଷତିପୂରଣ ଦିଆଯିବା, ଉନ୍ନତ କିସମ୍‌ର ଧାନ ଯୋଗାଇଦେବା, ଧାନ ଅମଳହେବା ପରେ ଧାନ ମଣ୍ଡି ଖୋଲିବା, ଧାନର ଉପଯୁକ୍ତ ମୂଲ୍ୟ ଚାଷୀଙ୍କୁ ଉପଯୁକ୍ତ ସମୟରେ ଅର୍ଥ ଯୋଗାଇଦେବା ଉଚିତ୍ ବୋଲି କୁହାଯାଇଛି । ଏହି ସମୀକ୍ଷା ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ପାତ୍ର, ଖଣି, ଇସ୍ପାତ, ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ସୋରଡ଼ା ବିଧାୟକ, ନୀଳମଣି ବିଷୋୟୀ, କବି ସୂର୍ଯ୍ରନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ୍‌ ସାମନ୍ତରାୟ, ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଖାଦ୍ୟ ନିଗମ ସଦସ୍ୟ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ପୁଷାମୁଣ୍ଡା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ତଥ୍ୟ ଉପରେ ସୂଚନା ଦେଇଥିଲେ । ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଓ ବହୁ ଗଣ୍ୟମାନ୍ୟ ଅଧିକାରୀ ପ୍ରମୁଖ ଯୋଗଦେଇ ଏହି ସମୀକ୍ଷା ବୈଠକରେ ସକ୍ରିୟ ସହଯୋଗ କରିଥିଲେ । ଚାଉଳ ଚୋରା ଚାଲାଣ ଦିଗରେ ପ୍ରଶାସନ ଧ୍ୟାନ ଦେବାକୁ କୁହାଯାଇଛି । ଏପରିକି ପ୍ରତିଟି ନିର୍ବାଚନ ମଣ୍ଡଳୀରେ ବିଧାୟକ, ମନ୍ତ୍ରୀ ନିଜ ନିଜ ଅଞ୍ଚଳରେ ସର୍ଭେ କରିବେ ଏବଂ ସେଣ୍ଟ୍ରାଲ ଟିମ୍ ବୁଲି ବୁଲି ଯାଞ୍ଚ କରିବେ ସେମାନଙ୍କୁ ସହଯୋଗ କରି ଖାଉଟି ସୁରକ୍ଷା ଦିଗରେ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ ବୋଲି ମନ୍ତ୍ରୀ ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.