କପିଲାଭଟାରେ ଧାନମଣ୍ଡି ସ୍ଥାପନ ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ହେଡ଼କ୍ୱାଟର ଠାରେ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ (ଧାନମଣ୍ଡି) ସ୍ଥାପନ ପାଇଁ ବଙ୍ଗୋମୁଣ୍ଡା ତହସିଲଦାରଙ୍କ କାର୍ଯାଳୟର ଦ୍ୱାରସ୍ଥ ହୋଇ ଅଞ୍ଚଳବାସୀ ଦାବି କରିଛନ୍ତି । ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି ହେଲେ ପ୍ରତିଶ୍ରୁତି ପାଣିର ଗାର ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ୨୦୨୨ ମସିହାରେ ପ୍ୟାକ୍ସ ପାଇଁ କମିଟି ଗଠନ କରାଯାଇଛି, ହେଲେ ଆଜି ପର୍ଯ୍ୟନ୍ତ ପ୍ୟାକ୍ସ ହୋଇ ନ ଥିବା ଯୋଗୁଁ ଚାଷୀ ମାନେ ୟୁରିଆ ସାର ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଲାଙ୍ଗିର ଜିଲ୍ଲାର ଶେଷ ସୀମାରେ ଥିବା କପିଲାଭଟା ପଞ୍ଚାୟତରେ ସ୍ଥାପନ କଲେ ନିକଟସ୍ଥ ପଂଚାୟତର ବିଭିନ୍ନ ଗାଁର ଚାଷୀ ଭାଇମାନେ ସୁବିଧାରେ ନିଜ ଉପାର୍ଜନ ଧାନକୁ ବିକ୍ରି କରି ପାରିବେ ବୋଲି ଆଶା କରିଛନ୍ତି । ଅଞ୍ଚଳର ଚାଷୀମାନେ ଧାନ ବିକ୍ରି କରିବା ପାଇଁ ଚୁଲିଫୁଙ୍କା ପ୍ୟାକ୍ସକୁ ଯାଇ ଖର୍ଚ୍ଚ।ନ୍ତ ହେବା ସହ ସେଠାରେ ଦିନରାତି ରହି ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ତୁରନ୍ତ କପିଲାଭଟା ପଞ୍ଚାୟତ ହେଡ଼କ୍ୱାଟର ଠାରେ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ (ଧାନମଣ୍ଡି) ସ୍ଥାପନ ପାଇଁ କପିଲାଭଟା ଗ୍ରାମପଞ୍ଚାୟତର ସମିତିସଭ୍ୟ କେଦାର ଭୋଇଙ୍କ ନେତୃତ୍ୱରେ ମାଁ ସାହାଜି ଯୁବକ ସଂଘ ର ସମ୍ପାଦକ ହୁଲେଶ୍ୱର ହଂସ, ଯୁବନେତା ଧର୍ମେନ୍ଦ୍ର ଦାସଙ୍କ ସହ ଅଞ୍ଚଳବାସୀ ସାମିଲ ହୋଇଥିଲେ । ତୁରନ୍ତ ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନ ନେଲେ ଆନ୍ଦୋଳନ କରିବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.