om academy

ଧାନ ରଖିବାକୁ ନେଇ ଚାଷୀ-ଚାଷୀ ମଧ୍ୟରେ ଛୁରା ମାଡ଼

jsm

କଳାହାଣ୍ଡି : ଧାନ ମଣ୍ଡିରେ ଚାଷୀ-ଚାଷୀ ମଧ୍ୟରେ ଛୁରା ମାଡ଼ । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ନିକଟରେ ଦୁଇ ଚାଷୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ଛୁରାମାଡ ହୋଇଥିବା ନେଇ ଜଣାପଡିଛି । ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ନିକଟରେ ଆଜି ସକାଳ ସମୟରେ ଧାନ ରଖିବାକୁ ନେଇ ଦୁଇ ଚାଷୀଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଗଣ୍ଡଗୋଳ ତୀବ୍ର ହେବା ପରେ କର୍ଲାମୁଣ୍ଡା ଗ୍ରାମର ଲମ୍ବୋଦର ସାହୁ ଅନ୍ୟ ଜଣେ ଚାଷୀ ଆଲୋକ କୁମାରଙ୍କୁ ଭଙ୍ଗା ମଦ ବୋତଲ ଏବଂ ଛୁରା ମାଡ଼ କରିଥିଲେ । ଫଳରେ ସେ ଗୁରୁତର ହେଇ ପଡ଼ିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହାକୁ ନେଇ କର୍ଲାମୁଣ୍ଡା ଥାନାରେ ଲିଖିତ ଏତଲା ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.