ସାତମାଇଲ ଛକରେ ଜଣେ ବ୍ୟକ୍ତିଙ୍କୁ ସାମନା ପଟରୁ ଧକ୍କା ଦେଲା ଚାରିଚକିଆ ଗାଡି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର- ସୋନପୁର ରାଜରାସ୍ତାର ସାତମାଇଲ ଛକରେ ଜଣେ ବ୍ୟକ୍ତିଙ୍କୁ ସାମ୍ନାରୁ ଧକ୍କା ଦେଲା ଚାରିଚକିଆ ଗାଡି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଶାଲେପାଲିରେ ରହୁଥିବା ରାଜ(୩୯) କୌଣସି କାମରେ ଗତରାତି ତରଭାକୁ ଯାଇଥିଲେ । ବଲାଙ୍ଗିର-ସୋନପୁର ମୁଖ୍ୟରାସ୍ତାର ସାତମାଇଲ ଛକ ନିକଟରେ ସୋନପୁର ପଟରୁ ଆସୁଥିବା ଏକ ଚାରିଚକିଆ ଗାଡି ଆସି ଜୋରରେ ଧକ୍କା ଦେଇଥିଲା ଫଳରେ ତାଙ୍କ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ ।

Leave A Reply

Your email address will not be published.