centurian jitm

ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ୍‌ : ୨ ମୃତ, ୧ ଗୁରୁତର

nschool

ସାକ୍ଷୀଗୋପାଳ : ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଜଣେ ମହିଳା କନଷ୍ଟେବଳଙ୍କ ସମେତ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି । ସତ୍ୟବାଦୀ ଥାନା ଅନ୍ତର୍ଗତ ହୋତା ସାହି ଗ୍ରାମର ସୂର୍ଯ୍ୟକାନ୍ତ ସାହୁ(୨୮), ସୁଷମା ମିଶ୍ର( ୩୮) ଓ ଚିନ୍ମୟ ପ୍ରସାଦ ଆଚାର୍ୟ୍ୟ(୧୮) ବାଇକ ଯୋଗେ ପୁରୀରୁ ସାକ୍ଷୀଗୋପାଳ ଫେରୁଥିଲେ । ବୀର ଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଠିଆ ହୋଇଥିବା ଏକ ଟ୍ରକ ପଛରେ ବାଇକଟି ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ସୁଷମା ମିଶ୍ର (କୋଣାର୍କ କୋର୍ଟରେ କାର୍ଯ୍ୟରତ ମହିଳା କନେଷ୍ଟବଳ) ଓ ସୂର୍ଯ୍ୟକାନ୍ତ ସାହୁଙ୍କର ମୃତ୍ୟୁ ଘଟିଥିଲା । ଏଥିସହ ଚିନ୍ମୟ ଆଚାର୍ଯ୍ୟ ଗୁରୁତର ଆହତ ହୋଇଛନ୍ତି । ସାକ୍ଷୀଗୋପାଳ ଦମକଳ କେନ୍ଦ୍ର ପକ୍ଷରୁ ମୃତାହତମାନଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆହତ ଚିନ୍ମୟଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସତ୍ୟବାଦୀ ପୁଲିସ ମୃତଦେହ ଦ୍ବୟ ଜବତ କରିଛି ।

Leave A Reply

Your email address will not be published.