କାର୍‌ ଓ ବାଇକ୍‌ ମଧ୍ୟରେ ଧକ୍କା

ସୋର : ବାଲେଶ୍ୱର ବାସୁଦେବପୁର ଜାନୁଝାଡି ରାସ୍ତା ବାଡୁଳି ଛକରେ ଦୁର୍ଘଟଣା ଘଟିଥିବା ଖବର ମିଳିଛି । କାର୍‌ ଓ ବାଇକ୍‌ ମଧ୍ୟରେ ଧକ୍କା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ୨ ଜଣ ହେଲେ ସୋର ବ୍ଲକ ବାଳଙ୍ଗ ଗାଁର ରଶ୍ମିରଞ୍ଜନ ଧଳ ଏବଂ ଶିରାପୁର ଗାଁର ସତ୍ୟଜିତ ନାୟକ । କୌଣସି କାମରେ ଦୁହେଁ ଯାଇଥିଲେ । ସେଠାରୁ କାମ ସାରି ଘରକୁ ଫେରିବା ବେଳେ ଘଟିଥିଲା ଦୁର୍ଘଟଣା । ବାସୁଦେବପୁର ଜାମୁଝାଡି ରାସ୍ତା ବାଡୁଳି ଛକରେ ଏକ କାର୍‌ ସହ ବାଇକ୍‌ର ଧକ୍କା ହୋଇଥିଲା । ଯାହାଫଳରେ ବାଇକ୍‌ରେ ଥିବା ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.