ହାଇଟ୍‌ ଗେଟ୍‌କୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ୍‌

ବଲାଙ୍ଗିର : ବଲାଙ୍ଗିର ସୁଦପଡ଼ା ରେଲୱେ ଫାଟକ ପାଖରେ ଥିବା ହାଇଟ୍‌ ଗେଟ୍‌ରେ ଧକ୍କା ଲଗାଇଲା ଏକ ଟ୍ରକ୍‌ । ସୂଚନା ଅନୁସାରେ ସୋନୁପର ପଟୁ ଏକ ମାଲ ବୋଝେଇ ଟ୍ରକ୍‌(ଓଡି୨୯ଏଫ୍‌୦୯୮୮) ବଲାଙ୍ଗିର ପଟକୁ ଆସୁଥିବା ବେଳେ ବଲାଙ୍ଗିର ରୋଡ୍‌ ହାଇଟ୍‌ ଗେଟ୍‌କୁ ଧକ୍କା ଦେଇଛି । ଟ୍ରକ୍‌ଟି ଏକ ଜେସିବି ଗାଡ଼ି ଲୋଡ୍‌ କରି ବଲାଙ୍ଗିର ଦେଇ ଲାଞ୍ଜିଗଡ଼ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଖବର ପାଇ ରେଲୱେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍‌ଟିକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି ।

Leave A Reply

Your email address will not be published.