ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା : ୨ ମୃତ

ମନମୁଣ୍ଡା : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ଘଟଣାଟି ଗତକାଲି ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ମନୁପାଲି ପଞ୍ଚାୟତ କୁଆଘରା ବନ୍ଧ ନିକଟରେ ଘଟିଥିବା ଜଣାପଡିଛି । ମିଳିଥିବା ମିଳିଥିବା ସୂଚନ ଅନୁସାରେ, ମନୁପାଲି ପଞ୍ଚାୟତରୁ ଗୁଡିଘୁରା ଗ୍ରାମର ହରିହର ସାହାଣୀଙ୍କ ପୁଅ ସୋଲଜର ସାହାଣୀ (୧୯) ଓ ବିହାରୀ ସାହାଣୀଙ୍କ ପୁଅ ନନ୍ଦନ ସାହାଣୀ(୧୪) ଦୁଇ ସମ୍ପର୍କୀୟ ଭାଇ ଏକ ଟିଭିଏସ ବାଇକ୍‌ ନଂ ଓ ଡି ୨୭ ସି ୯୧୦୩ରେ ରୁଗୁଡିଘୁରାରୁ ଶଗଡା ଗ୍ରାମକୁ ଏକ ବାହାଘର ଭୋଜି ଖାଇବାକୁ ଯାଉଥିଲେ । କୂଆଘରା ବନ୍ଧ ନିକଟରେ ସାମ୍ନା ପଟରୁ ସରିଆପାଲି ଗ୍ରାମର ଭୁଲା ଛତ୍ରିଆ ଏକ ହିରୋ ଗ୍ଲେମର ବାଇକ୍ ନଂ ଓ ଡି ୩୧ କେ ୬୮୯୮ରେ ଦୃତ ଗତିରେ ଓ ବେପରୁଆ ଭାବେ ଆସି ଧକ୍କା କରିଥିଲା । ଧକ୍କାରେ ସୋଲଜର ଏବଂ ନନ୍ଦନ ଗୁରୁତର ଆହତ ହୋଇଥିଲେ । ଆମ୍ବୁଲାନ୍ସ ଯୋଗେ ଆହତ ଦ୍ୱୟଙ୍କୁ ସୋନପୁର ଡାକ୍ତରଖାନାକୁ ନିଆ ଯାଇଥିଲା ଓ ଡାକ୍ତର ସେଠାରେ ସେ ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦ୍ୱୟଙ୍କ କାକା ବିରାଟ ସାହାଣୀ ଏନେଇ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ଶନିବାର ମୃତକଙ୍କ ଶବ ବ୍ୟବଚ୍ଛେଦ ହେବ ଜଣାପଡ଼ିଛି । ସେମାନଙ୍କ ମୃତ୍ୟୁରେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.