ଅଜଣାଗାଡ଼ି ଧକ୍କାରେ ଓଲଟିଲା ଅଟୋ, ୩ ମୃତ

ବନ୍ତଳା : ଶଙ୍ଖପୁର ଛକ ନିକଟରେ ଅଟୋକୁ ଧକ୍କା ଦେଲା ଅଜଣାଗାଡ଼ି । ଦୁର୍ଘଟଣାସ୍ଥଳରେ ଅଟୋ ଓଲଟି ପଡିବାରୁ ତିନିଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଟୋ ଜବତ କରିବା ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଗତକାଲି ଦିନ ୩ଟା ସମୟରେ କୁଲାସିଙ୍ଗାର ଏକ ପରିବାର ନୂଆ ରାଇଗୁଡା ଯାଇଥିଲେ । ରାତି ପ୍ରାୟ ୧୧:୩୦ ସମୟରେ ଫେରୁଥିବା ବେଳେ ଶଙ୍ଖପୁର ଛକ ଟାଇଲିସ ଫ୍ୟାକ୍ଟ୍ରି ନିକଟରେ ବିପରୀତ ଦିଗରୁ ଏକ ଅଜଣା ଗାଡି ଦ୍ରୁତ ଗତିରେ ଆସି ଧକ୍କା ଦେଇ ଚାଲି ଯାଇଥିଲା । ଅଟୋଟି ଘଟଣାସ୍ଥଳରେ ଓଲଟି ପଡିଥିଲା । ଅଟୋରେ ବସିଥିବା ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଚାଳକ, ଜଣେ ମହିଳା ଓ ଜଣେ ଶିଶୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଆଜି ସକାଳେ ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକମାନେ ହେଲେ ପିତାମ୍ବର ପ୍ରଧାନ, ଗୁଣ୍ଡିଚା ପ୍ରଧାନ ଓ ଚାଳକ ମୁନା ପ୍ରଧାନ । ଘଟଣା ସ୍ଥଳରେ ପୁଲିସ ପହଁଚି ତଦନ୍ତ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.