oom

ନରସିଂହଙ୍କ ଦେଓଗାଁ ବ୍ଲକ ଅଂଚଳ ଗସ୍ତ : ଭତ୍ତା, ରାସନ କାର୍ଡ, ଗରିବଙ୍କ ପାଇଁ ବାସଗୃହ ଓ ପାନୀୟ ଜଳ ଉପରେ ଗୁରୁତ୍ୱ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁ ବ୍ଲକ ଗସ୍ତ କରିଛନ୍ତି । ଏହି ବ୍ଲକର କୁଲୁତାପଡା ପଂଚାୟତର ସମସ୍ତ ଗ୍ରାମ ବୁଲି ଲୋକଙ୍କର ସମସ୍ୟା ଶୁଣିଥିଲେ । ଏହି କ୍ରମରେ ସେ କୁଲୁତାପଡା, ବନ୍ଧପଡା, ସିଂହାଟିମାଲ, କୁମୁରିଆ, ମୁଣ୍ଡପଲା ଅଂଚଳର ପ୍ରତ୍ୟେକ ପଡାରେ ରହୁଥିବା ଗରିବ ଲୋକଙ୍କ ସହ ଆଲୋଚନା କରିଥିଲେ ।

ପ୍ରତ୍ୟେକ ଗ୍ରାମରେ ଯୋଗ୍ୟ ହିତାଧିକାରୀମାନେ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ରାସନ କାର୍ଡ, ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା, ଇନ୍ଦିରା ଆବାସ, ଗାଈ ଗୋରୁଙ୍କ ପାଇଁ ଗୁହାଳ, ବାର୍ଦ୍ଧକ୍ୟ ଭତ୍ତାରୁ ଯେପରି ବଂଚିତ ନ ହେବେ ସେ ଉପରେ ଏକ ସବିଶେଷ ବିବରଣୀ ସହ ୭ଦିନ ଭିତରେ ଏକ ଚିଠା ତାଙ୍କୁ ଦେବାକୁ ସ୍ଥାନୀୟ ଲୋକଙ୍କୁ କହିଥିଲେ । ତା ସହ ସେ ଅଂଚଳର ରାସ୍ତାଘାଟ ଓ ପାଇପ ଯୋଗେ ଯେପରି ଲୋକେ ପିଇବା ପାଣି ପାଇ ପାରିବେ ସେ ଉପରେ ଶୀଘ୍ର ପଦକ୍ଷେପ ନେବାକୁ ସେ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ଗସ୍ତରେ ସେ ନିଜ ପାଣ୍ଠିରୁ ପ୍ରଦତ୍ତ କୁମୁରିଆ ହରିଜନପଡାରେ ଏକ କମ୍ୟୁନିଟିି ସେଣ୍ଟର ଉଦ୍‌ଘାଟନ କରିଥିଲେ । କୁଲୁତାପଡା ଠାରେ ପାନୀୟ ଜଳ ସମାଧାନ ପାଇଁ ଏକ ଓଭରହେଡ ପାଣି ଟାଙ୍କିର ନିର୍ମାଣ, କୁମୁରିଆକଟାର ଉନ୍ନତିକରଣ ଶୀଘ୍ର କରାଯିବାର ପ୍ରତିଶୃତି ଦେବା ସହ କୁଲୁତାପଡା ଛକର ଆଲୋକୀକରଣ ପାଇଁ ନିଜ ବିଧାୟକ ପାଣ୍ଠିରୁ ପଦତ୍ତ ଏକ ହାଇମାସ୍ଟ ଲାଇଟର ଶୁଭାରମ୍ଭ କରିଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ବିଧାୟକଙ୍କ ପ୍ରତିନିଧି କାନ୍ତେଶ୍ୱର ପଧାନ, ସେବାଦଳ ମୁଖ୍ୟ ଅସୀତ ମିଶ୍ର, କଂଗ୍ରେସ ନେତା ଗାନ୍ଧୀ ଚୈାଧୁରି, ପପୁ ପାତ୍ର, ସୂର୍ଯ୍ୟ ରଣା, ରୋହିତ ସେଠ, ଅର୍ଜୁନ ସାହୁ, କୁଲୁତାପଡା ଗଉଁନ୍ତିଆ ଅନନ୍ତ ଚୈାହାନ, ଗୁଡଖାପଲା ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ଦାଶ, ମାନସ ମହାନ୍ତି, ଟିଟୁ ରଣା, ମଙ୍ଗଲୁ ପାଣି, ମୟ ପଧାନୀ, କୁନା ସାହୁ, ମନୋରଂଜନ ସାହୁ, ଜ୍ୱାଲା ପୋଡ ଓ ଛାତ୍ର ନେତା ଅଙ୍କିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.