oom

ଡେଲାଙ୍ଗରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଛୁଇଁଲା

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନା ୨ୟ ଲହର ଏବେ ସବୁ ଅଂଚଳରେ ଉଗ୍ର ରୂପ ଧାରଣ କରିଛି । ପ୍ରତ୍ୟକ ଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଡେଲାଙ୍ଗରେ ଗୁରୁବାର ଦିନ କରୋନା ପଜେଟିଭ୍‌ ୪ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ରେ ପହଂଚିଥିବା ନେଇ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ସମସ୍ତ ଆକ୍ରାନ୍ତକାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁସ୍ଥ ରହିଥିବା ସେଥିମଧ୍ୟରୁ ୩୬ ଜଣ ହୋମକ୍ୱାରାଣ୍ଟାଇନରେ ରହି ଚିକିତ୍ସା ହେଉଛନ୍ତି । ସମସ୍ତ ଚିହ୍ନଟକାରୀଙ୍କୁ ସଠିକ ସମୟରେ ଔଷଧ ସେବନ, ସ୍ୱାସ୍ଥ୍ୟ ପରିକ୍ଷା, ମାକ୍ସ ପିନ୍ଧିବା, ସାବୁନରେ ହାତକୁ ବାରମ୍ବାର ଧୋଇବା, ସାମାଜିକ ଦୂରତା ବଜାୟ ରଖିବା, ଅଯଥାରେ ବାହାରକୁ ନଯିବା ଆଦି ପରାମର୍ଶ ଦିଆଯାଇଥିବା ନେଇ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଦିଲ୍ଲିପ କୁମାର ପରିଡା ସୁଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.