ଡେଲାଙ୍ଗରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ ଛୁଇଁଲା

ଡେଲାଙ୍ଗ, (ଦିଲ୍ଲୀପ ଧାଉଡିଆ) : ଡେଲାଙ୍ଗ ବ୍ଲକରେ ରବିବାର ୧୨ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ ଜଣରେ ପହଂଚିଛି । ଏନେଇ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ସେଥି ମଧ୍ୟରୁ ୩୮ଜଣ ହୋମକ୍ୱାରାଣ୍ଟାଇନରେ ରହି ଚିକିତ୍ସା ହେଉଥିବା ବେଳେ ଅବଶିଷ୍ଟ ସୁସ୍ଥ ହୋଇ ଘରକୁ ଯାଇଥିବା ଜଣାପଡିଛି । ସମସ୍ତଙ୍କୁ ସଠିକ୍‌ ସମୟରେ ଔଷଧ ସେବନ କରିବା, ସାମାଜିକ ଦୂରତା ବଜାୟ ରଖିବା, ମୁହଁରେ ମାକ୍ସ ପିନ୍ଧିବା, ସାବୁନ ଓ ସାନିଟାଇଜରେ ହାତକୁ ବାରମ୍ବାର ସଫା କରିବା, ଅଯଥାରେ କେହି ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଥିବା ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଦିଲ୍ଲୀପ କୁମାର ପରିଡା ସୁଚନା ଦେଇଛନ୍ତି ।

Leave A Reply

Your email address will not be published.