ଡେଲାଙ୍ଗରେ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ପେଟ୍ରୋଲ, ଡିଜେଲ ଓ ଜାଲେଣି ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ବିରୋଧରେ ସାରା ରାଜ୍ୟରେ ପ୍ରଦେଶ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରତିବାଦରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ କଂଗ୍ରେସ କର୍ମୀମାନେ ଡେଲାଙ୍ଗ ଷେଷ୍ଟସନ ବଜାର, ଡେଲାଙ୍ଗ ହାଟ ଓ ବାୟ ବଜାର ଆଦି ବିଭିନ୍ନ ସ୍ଥାନରେ ବିକ୍ଷୋଭ, ପିକେଟିଂ କରି ଶାନ୍ତିପୁର୍ଣ୍ଣ ବନ୍ଦ କରିଥିଲେ ।

କେତେକ ସ୍ଥାନରେ କର୍ମୀମାନେ ଟାୟର ଜାଳି ରାସ୍ତା ଅବରୋଧ କରିବା ଫଳରେ ଗମନାଗମନ ସମ୍ପୁର୍ଣ୍ଣ ବ୍ୟାହତ ହୋଇଛି । ବ୍ୟବସୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଗାଡି ଚଳାଚଳ ବନ୍ଦ ରହିଥିଲା । ଡେଲାଙ୍ଗରେ ବନ୍ଦର ପ୍ରଭାବ ପଡିଥିବା ଦେଖାଯାଇଛି । ଏଥିରେ ଜିଲ୍ଲା କଂଗ୍ରେସ ତଥା ବ୍ଲକ କଂଗ୍ରେସ ନେତୃବୃନ୍ଦ ସହିତ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ ମହିଳା କଂଗ୍ରେସର ନେତୃବର୍ଗ ସାମିଲ ହୋଇଥିଲେ । ବନ୍ଦ ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଡେଲାଙ୍ଗ ଥାନା ପକ୍ଷରୁ ସର୍ତକ ଦୃଷ୍ଟି ଦିଆଯାଇଥିଲା ।

Leave A Reply

Your email address will not be published.