ବଲାଙ୍ଗିର, (ଦେବାଶିଷ ମିଶ୍ର) : ଐତିହାସିକ ପଦକ୍ଷେପରେ ସଂପୃକ୍ତ ଥିବା ଧର୍ମପରାୟଣା ମହିଳାଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଗତ ତା. ୨୬-୦୧-୨୦୨୪ ରିଖ ଶୁକ୍ରବାର ଦିନ ରାତ୍ର ଘ:୧୦.୩୩ମି. ସମୟରେ ସୀତାଦେବୀ ମିଶ୍ର ସ୍ୱର୍ଗତ ସନାତନ ମିଶ୍ରଙ୍କ ପତ୍ନୀ ତାଙ୍କ ମାଲପଡ଼ା ସ୍ଥିତ ବାସଭବନରେ ପ୍ରାଣତ୍ୟାଗ କରିଛନ୍ତି । ୧୯୮୬ ମସିହାରେ ଇତିହାସ ସୃଷ୍ଟି କରିଥିବା ପୂର୍ବ ଭାରତର ପ୍ରଥମ ବୃକକ୍ ପ୍ରତିରୋପଣ ବୁର୍ଲା ସ୍ଥିତ ବୀରସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟରେ ଡ଼ା. ଡ଼ିଙ୍ଗର ମେହେରଙ୍କ ତତ୍ୱାବଧାନରେ ହୋଇଥିଲା । ଏଥିରେ ସୀତାଦେବୀ ତାଙ୍କର ଗୋଟିଏ ବୃକକ୍ ସାନପୁଅ, ତତ୍କାଳୀନ ବଲାଙ୍ଗିର ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କର କର୍ମଚାରୀ, ସ୍ୱର୍ଗତ ଅର୍ଜୁନ ମିଶ୍ରଙ୍କୁ ଦାନ କରିଥିଲେ । ମୃତ୍ୟୁ ସମୟରେ ସମସ୍ତ ପରିଜନ, ବଡ଼ପୁଅ ପୁରୁଷୋତ୍ତମ, ବୋହୂ ନଳୀନି, ଝିଅ ସବିତା, ଜ୍ୱାଇଁ ଶରତ କୁମାର ହୋତା, ନାତି ଜିତୁ, ଟିଟୁ, ନାତୁଣୀ ବୋହୁ ଜ୍ୟୋତି, ମାନସୀ, ନାତୁଣୀ ଝୁମୀ, ନାତୁଣୀ ଜ୍ୱାଇଁ ଅମିତ ଓ ପଣ ନାତୁଣୀ ସାରା, ପପ୍ଲିସ, ପିହୁ ଓ ରିଆ ଉପସ୍ଥିତ ଥିଲେ । ତାଙ୍କର ଶେଷକୃତ୍ୟ ବଡ଼ପୁଅ ପୁରୁଷୋତ୍ତମଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା ।
Next Post